କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ରାଣୀସତୀ ଭବନ ଠାରେ ଉତ୍କଳ ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦ ଦ୍ୱାରା ଆନ୍ତ ମହାବିଦ୍ୟାଳୟ ପୁରୁଷ ଓ ମହିଳା କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅନେକ ମହାବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ ଓ ଅନେକ ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଥିଲେ।
ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବିଭାଗ ରେ ସୁରଜ ମଲ ସାହା ମହାବିଦ୍ୟାଳୟ ଦଳଗତ ବିଜେତା ହୋଇଥିବା ବେଳେ ପୁରୁଷ ବିଭାଗ ଦଳଗତ ଉପ ବିଜେତା ଯୁଗ୍ମ ଭାବେ ଗୋପୀନାଥ ଦେବ ଡିଗ୍ରୀ କଲେଜ ଓ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୋଇଛନ୍ତି।
ମହିଳା ବିଭାଗ ଯୁଗ୍ମ ଉପବିଜେତା ରଘୁନାଥ ଜିଉ ମହାବିଦ୍ୟାଳୟ କଟକ ଓ ଏନ ଏମ ଏସ ସିଟି କଲେଜ କଟକ ହୋଇଛନ୍ତି।
ଅଜିତ ଭୂୟାଁ,ବିଶ୍ୱନାଥ ଦେ, କେଶବ ନାୟକ,ଅଭିଷେକ ସାହୁ,ପିୟୁସ ମିଶ୍ର, ରାଧେଶ୍ୟାମ ସାହୁ,କିରନ୍ ଦଳେଇ, ଓଁକାର ପ୍ରତିହାରୀ, ନୃସିଂହ ପାଣ୍ଡ,ରୁଦ୍ର ପ୍ରସାଦ ପଣ୍ଡା ପ୍ରମୁଖ ପୁରୁଷ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି |
ସେହିପରି ମହିଳା ବିଭାଗରେ ଶୁଭଶ୍ରୀ ନାୟକ,ରୋନାଲି ଗିରି,ସଂଧ୍ୟାରଣୀ ରାଉତରାୟ,ପିଙ୍କି ନାୟକ,ଦିବ୍ୟଜ୍ୟୋତି ନାୟକ, ମିତାଲି ନାୟକ,ଭବାନୀ ସେନାପତି,ପୂଜା ମହାରଣା ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି |
ଉତ୍କଳ ବିଶ୍ଵବିଦ୍ୟାଳୟ ତରଫରୁ ଚୟନକର୍ତ୍ତା ଭାବେ କର୍ତ୍ତାଶ୍ୟାମ ସୁନ୍ଦର ମହାପାତ୍ର ଓ କୃଷ୍ଣଚନ୍ଦ୍ର ଦାସ ଯୋଗଦେଇଥିଲେ। ଉଭୟ ହେଉଛନ୍ତି ଜାତୀୟ ସ୍ତର ରେଫ୍ରି।
ଏଥିରେ ଅତିଥି ଭାବେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି, ପୁରୀ ଜିଲ୍ଲା କ୍ରୀଡା ସଂସଦ ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ,ପୁରୀ ବକ୍ସି ଏକାଡେମୀ ପ୍ରତିଷ୍ଠାତା ସୁଦର୍ଶନ ସାହୁ, ସନ୍ତୋଷ କୁମାର ଚଙ୍ଗୁକା ପ୍ରମୁଖ ଯୋଗଦେଇଥଲେ। ଏନ ଆଇ ଏସ କୋଚ୍ ହରିହର କର ସଂଯୋଜନା କରିଥିଲେ |
ପ୍ରତିଯୋଗିତା ପରିଚାଳନା ରେ ପ୍ରଫୁଲ ମିଶ୍ର, ନରସିଂହ ଲେଙ୍କା,ପୂର୍ଣଚନ୍ଦ୍ର ପଣ୍ଡା,ଚନ୍ଦନ କୁମାର ପତ୍ରୀ,ବିଶ୍ୱରଞ୍ଜନ ପାତ୍ର, ଜ୍ଞାନ ରଞ୍ଜନ ବଳିଆରସିଂ ଏବଂ କେଶବ ବେହେରା ସହଯୋଗ କରିଥିଲେ |