-
ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ୱର୍ଗଦ୍ୱାରରେ ଶେଷ କୃତ୍ୟ ସମ୍ପନ୍ନ ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ପୁରୀ ତଥା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି |ତାଙ୍କ ବିୟୋଗ ଓଡିଶା ରାଜ୍ୟ ରାଜନୀତିର ଏକ ଅପୂରଣୀୟ କ୍ଷତି |
୧୯୯୫ରୁ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୫ ଥର ମହେଶ୍ବର ମହାନ୍ତି ବିଧାୟକ ହୋଇଥିଲେ। ୧୯୯୫ ମସିହାରେ ଜନତା ଦଳରୁ ବିଧାୟକ ହୋଇଥିଲେ । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ଭାବେ ବିଜେଡିରୁ ମହେଶ୍ବର ବିଧାୟକ ହୋଇ ଆସୁଥିଲେ। ୨୦୦୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ପଦବୀ ସମ୍ଭାଳିଥିଲେ । ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ଅନେକ ବିଭାଗର ମନ୍ତ୍ରୀ ପଦବୀରେ ମହେଶ୍ବର ମହାନ୍ତି ଥିଲେ।ଯେପରିକି ପଞ୍ଚାୟତିରାଜ, ରାଜସ୍ବ, ଆଇନ, ପର୍ଯ୍ୟଟନ, ଯୋଜନା ଓ ସଂଯୋଜନା ଭଳି ପ୍ରମୁଖ ବିଭାଗର ମନ୍ତ୍ରୀ ପଦବୀରେ ମହେଶ୍ବର ମହାନ୍ତି ଥିଲେ। ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧିନ ଥିଲେ |ମଙ୍ଗଳବାର ଭୋର ୩.୨୫ ମିନିଟ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |ଏହାପରେ ତାଙ୍କୁ ବିଧାନ ସଭା ଠାରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା |ପରେ ପରେ ଶଙ୍ଖ ଭବନରେ ନେତା,ମନ୍ତ୍ରୀ, ଶୁଭେଛୁ ଏବଂ ବିଭିନ୍ନ ସଂଗଠନ, ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କ ତରଫରୁ ସଂମ୍ମାନ ଜଣାଇଥିଲେ |ଏହାପରେ ତାଙ୍କୁ ପୁରୀ ସ୍ଥିତ ନିଜ ବାସଭବନକୁ ଅଣାଯାଇଥିଲା |ପୁରୀ ସ୍ୱର୍ଗଦ୍ୱାରରେ ପୁରୀ ପୋଲିସ ପ୍ରଶାସନ ତରଫରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଯାଇଛି |ଜ୍ୟେଷ୍ଠ ପୁତ୍ର ସୁନୀଲ ମହାନ୍ତି ମୁଖାଗ୍ନି ଦେଇଥିଲେ |
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ନେତା,ମନ୍ତ୍ରୀ,ସ୍ବେଛାସେବୀ, ଅଧିକାରୀ, ଶୁଭେଛୁ ଏବଂ ଅନ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।