
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ସେବାରେ ସ୍ବର୍ଣ୍ଣପଦକ ଲକ୍ଷ୍ୟ ରଖୁ ପୁରୀ,ଯକ୍ଷ୍ମା ରୋଗୀ ଚିହ୍ନଟ, ଆବଶ୍ୟକୀୟ ସେବା ମାଧ୍ୟମରେ ରୋଗମୁକ୍ତ ପ୍ରୟାସ ପାଇଁ ଟିବି ଫୋରମ୍ ସଂକଳ୍ପବଦ୍ଧ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ କହିଛନ୍ତି।ଡାକ୍ତର ଲଲାଟେନ୍ଦୁ ମିଶ୍ରଙ୍କ ଆବହକତ୍ବରେ ଜିଲ୍ଲା ଟିବି ଫୋରମ୍ ର ସ୍ବତନ୍ତ୍ର ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି ଯେ ପୁରୀ ଜିଲ୍ଲାର ସଂଖ୍ୟାଧିକ ପଞ୍ଚାୟତକୁ ଯକ୍ଷ୍ମାମୁକ୍ତ କରିବାପାଇଁ ଫୋରମ୍ ର ସମସ୍ତ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରନ୍ତୁ |ଯାଦ୍ଵାରା କେନ୍ଦ୍ର ସରକାରଙ୍କ ଠାରୁ ବିଗତବର୍ଷ ରୌପ୍ୟ ପଦକ ପାଇଥିବା ପୁରୀ ଜିଲ୍ଲା ଚଳିତବର୍ଷ ସ୍ବର୍ଣ୍ଣପଦକ ଲାଭକରୁ। ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏ ନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡକ୍ଟର ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଟି.ନାରାୟଣ ରାଓ, ଡାକ୍ତର ବାମଦେବ ମହାନ୍ତି, ଫୋରମ୍ ସଦସ୍ୟ ବଦ୍ରି ମିଶ୍ର ଓ ଗୁଣ୍ଡିଚା ବରାଳ, ଡାକ୍ତର ଅଶୋକ ମିଶ୍ର,ପ୍ରଣତି ମହାନ୍ତି, ସୁଦର୍ଶନ ଜେନା ପ୍ରମୁଖ ଯୋଗଦେଇ ଯକ୍ଷ୍ମାମୁକ୍ତ ପଞ୍ଚାୟତ, ନିକ୍ଷୟମିତ୍ର, ଚିହ୍ନଟ ପ୍ରକ୍ରିୟା ର ଦୃଢ଼ତା, ପୃଷ୍ଟିକର ଖାଦ୍ୟ ଯୋଗାଣ ଇତ୍ୟାଦି ସଂପର୍କ ଉପରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ପରେପରେ କୁଷ୍ଠନିରାକରଣ ଉପରେ ଆଲୋଚନା କରାଯାଇ,ରୋଗୀ ଚିହ୍ନଟ, ଆବଶ୍ୟକୀୟ ଔଷଧ ଯୋଗାଣ ବିଶେଷକରି ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ଡାକ୍ତର ବିରଜା ଶଂକର ରଥ, ଡାକ୍ତର ଯସ୍ମୀନ ଆରୋହ, ସୁନିଲ୍ ସାମନ୍ତସିଂହାର, ରବିନାରାୟଣ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଦୈତାରୀ ପଟ୍ଟନାୟକ ଓ ଦେବାଶିଷ ମର୍ଦ୍ଦରାଜ ପରିଚାଳନା କରିଥିଲେ। ପ୍ରାରମ୍ଭରେ ପ୍ରାକ୍ତନ ବାଚସ୍ପତି ମହେଶ୍ଵର ମହାନ୍ତିଙ୍କ ବିୟୋଗରେ ଶୋକ ସଭା କରାଯାଇଥିଲା |