ଗଞ୍ଜାମ
– ଦୁଇ ଦିନ ପୂର୍ବେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ. ବରିଡ଼ା ଗ୍ରାମରେ ମଦ ବିରୋଧି ଆନ୍ଦୋଳନରେ ସାମିଲ୍ ହୋଇ ମଦ
ହୋଇ ମଦ ଦୋକାନରେ ବ୍ୟାପକ ଭଙ୍ଗାରୁଜା କରିବା ଓ ଦୋକାନ ଘରେ ନିଆଁ ଲଗାଇଦେବା ଘଟଣାରେ କବିସୂର୍ଯ୍ୟନଗର ପୋଲିସ ପୃଥକ୍ ପୃଥକ୍ ତିନୋଟି ମାମଲା ରୁଜ୍ଜୁ କରିବା ସହ ଘଟଣାରେ ଜଡ଼ିତ ୫୦ ଜଣ ପୁରୁଷ ଓ ମହିଳାଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।