ଭୁବନେଶ୍ୱର, ଗଡଜାତ ଅଞ୍ଚଳ ନୀଳଗିରିକୁ ସ୍ୱତନ୍ତ୍ର ଜିଲ୍ଲା ଗଠନ ଦାବି ନେଇ ନୀଳଗିରି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୀଳଗିରି ଜଗନ୍ନାଥ ମନ୍ଦିରରୁ ବାଲେଶ୍ଵର ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଛି । କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ। ଏହି ପଦଯାତ୍ରାରେ ସବୁ ରାଜନୈତିକ ଦଳ, ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ, ସମାଜସେବୀ ସାମିଲ ହୋଇଛନ୍ତି। ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।
Related Stories
November 23, 2024