-
ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିର ଚେତାବନୀ
ଭୁବନେଶ୍ୱର–ଓଡିଶା ଆଦର୍ଶ ବିଦ୍ୟାଳୟର ଏକ ପ୍ରଶ୍ନରେ ହିନ୍ଦୁ ବିରୋଧୀ ପ୍ରଶ୍ନ ଆସିବାକୁ ନେଇ ବିବାଦ ଦେଖା ଯାଇଛି । ପ୍ରଶ୍ନପତ୍ରରେ ରାମରାଜ୍ୟକୁ କଳ୍ପନା ପ୍ରସୁତ ବୋଲି ଲେଖା ଯିବା ପରେ ବିଜେପି ଏହାକୁ ନେଇ କ଼ଡା ପ୍ରତିକ୍ରିୟା ବ୍ୟକ୍ତ କରିଛି । ହିନ୍ଦୁଙ୍କର ଭାବନାକୁ କୁଠାରାଘାତ କରିବାକୁ ବିଜେଡି ସରକାରର ଯୋଜନାବଦ୍ଧ ଷଡଯନ୍ତ୍ର କି ବୋଲି ବିଜେପିର ମୁଖପାତ୍ର ଅନିଲ ବିଶ୍ୱାଳ ପ୍ରଶ୍ନ କରିବା ସହ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ଶ୍ରୀ ବିଶ୍ୱାଳ ସୋସିଆଲ ମିଡିଆରେ ଲେଖିଛନ୍ତି, ସୂଚନା ମିଳିଛି ଯେ ଓଡିଶା ଆଦର୍ଶ ବିଦ୍ୟାଳୟର ଏକ ପ୍ରଶ୍ନରେ ଲେଖା ହୋଇଛି, ରାମରାଜ୍ୟ ଏକ “କଳ୍ପନା ପ୍ରସୂତ” ରାଜ୍ୟ ଥିଲା । ଅର୍ଥ ଏହା ମିଛ ଥିଲା । ଯଦି ରାମ ରାଜ୍ୟ ମିଛ ଥିଲା ତାହେଲେ ଭଗବାନ ରାମ ବି ମିଛ ଥିଲେ । ଏହା ହିନ୍ଦୁମାନଙ୍କ ଧାର୍ମିକ ଭାବନା ପ୍ରତି ଆଘାତ ପହଂଚାଇଛି । ସରକାରୀ ବିଦ୍ୟାଳୟମାନଙ୍କରେ ଏଭଳି କଥା କିଭଳି ଲେଖା ଯାଇପାରିଲା? ଏହାକୁ ନେଇ ସରକାର ଆଇପିସି ସେକ୍ସନ ୨୯୫ ଏ ଆଧାରରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବା କଥା । ଯଦି ସରକାର ତାହା କରନ୍ତି ନାହିଁ ତାହେଲେ ଆମେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବୁ ।
ସେ ଆହୁରି ଲେଖିଛନ୍ତି, ହିନ୍ଦୁମାନଙ୍କ ଭାବନାକୁ ଆଘାତ ପହଂଚାଇବା ଅନେକ ରାଜନୈତିକ ଦଳର ଅଭ୍ୟାସ । ଦିନେ କଂଗ୍ରେସ ଦଳ ଏଭଳି ଏକ ସତ୍ୟପାଠ ସୁପ୍ରିମକୋର୍ଟରେ ଦେଇଥିଲା କ୍ଷଓଡିଶା ଆଦର୍ଶ ବିଦ୍ୟାଳୟ ହେଉଛି ରାଜ୍ୟ ସରକାରଙ୍କ ପରିଚାଳିତ ଶିକ୍ଷା ଅନୁଷ୍ଠାନ । ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ରାମଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ବିଜୁ ଜନତା ଦଳର ସରକାରର ଏକ ଯୋଜନାବଦ୍ଧ ରାଜନୈତିକ ଷଡଯନ୍ତ୍ର ନୁହେଁ ତ? ଘଟଣାର ସତ୍ୟତା ଉପରେ ସରକାର ସ୍ପଷ୍ଟୀକରଣ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।