
ଭୁବନେଶ୍ୱର– ଆଗାମୀ ୨ ଦିନ ମଧ୍ୟରେ ରାତି ତାପମାତ୍ରା କମିବାର ସମ୍ଭାବନା ରହିଛି । ଫଳରେ ଶୀତ ବଢିପାରେ । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦେଶର ମଧ୍ୟ ଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତର-ପଶ୍ଚିମ ତଥା ଉତର ଦିଗରୁ ଶୁଷ୍କ -ଥଣ୍ଡା ବାୟୁ ପ୍ରବାହିତ ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆଗାମୀ ୨ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ରେ ୨ ରୁ ୩ ହ୍ରାସ ଘଟିବାରେ ସମ୍ଭାବନା ରହିଛି । ବର୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ୱାଭାବିକ ତୁଳନାରେ ୨ରୁ ୪ ଡ଼ିଗ୍ରୀ ଅଧିକ ରହିଛି ।