
ଗଞ୍ଜାମ,ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଓ ବଡଗଡ଼ ଥାନା ଅଧିନ ମଥୁରା ଗ୍ରାମ ଶନିଦେବ ମନ୍ଦିର ନିକଟ ହରଭଙ୍ଗି କେନାଲରୁ ଗତକାଲି ରାତିରେ ଜଣେ ଗାଈ ଚରାଳୀଙ୍କ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଛି । ମୃତକ ଜଣକ ହେଉଛନ୍ତି ମଛାକୋଟ ପଂଚାୟତ କରାତଳି ଗ୍ରାମର ରବିନ୍ଦ୍ର ଗୌଡ (୩୫) । ରବିନ୍ଦ୍ରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ କପାଳ ଓ ବେକରେ କଟା ଚିହ୍ନ ରହିଛି । ଫଳରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପାରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରି ବଡଗଡ଼ ଥାନାରେ ଏ ସଂକ୍ରାନ୍ତରେ ୨୮/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।