ଗଞ୍ଜାମ, ବୁଡୁ ପାତ୍ର ହତ୍ୟା ମାମଲାର ବିଚାରଣା କରି ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍ (୧) ।
୨୦୧୭ ମସିହାରେ ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ବୁଡୁ ପାତ୍ରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯିବା ସହ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାର ବିଚାର କରି ଏବଂ ସମସ୍ତ ସାକ୍ଷ୍ୟ, ପ୍ରମାଣକୁ ଭିତି କକରି ଜିଲ୍ଲା ଦୌରାଜଜ୍ ଏହି ରାୟ ଶୁଣାଇଛନ୍ତି । ଘଟଣା ପର ଠାରୁ ଏହି ୮ ଜଣ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ କାରାଗାରରେ ରଖାଯାଇଥିଲା । ଏବଂ ସେମାନଙ୍କ ଜାମିନ୍ ନାମାଞ୍ଜୁର ହୋଇଥିଲା ।