କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ବାଙ୍କୀ,ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପ୍ରାଙ୍ଗଣରେ ସପ୍ତାଦି୍ତାତ୍ମକ ଶ୍ରୀମଦ ଭାଗବତ ମହାପୁରାଣ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞ ଆନନ୍ଦ ଉଲ୍ଲାସର ସହିତ ଉଦଯାପିତ ହୋଇଯାଇଛି |କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ପରାୟଣ ଜ୍ଞାନଯଜ୍ଞରେ କଥାବ୍ୟାସ ପ୍ରବାଚକ ପଣ୍ଡିତ ରାମ ନିରଞ୍ଜନ ଦାସଜୀ ମହାରାଜ ଏକାଦଶ ଅଧ୍ୟାୟର ବିସ୍ତୃତ ଆଲୋଚନା କରିଥିଲେ | ପ୍ରବଚନ ମାଧ୍ୟମରେ ଶ୍ୟମନ୍ତକ ମଣି ପ୍ରସଙ୍ଗ ,ସୁଦାମା କୃଷ୍ଣଙ୍କ ଭେଟ,ମାର୍କଣ୍ଡେୟ ଋଷିଙ୍କୁ ପ୍ରଳୟ ଦର୍ଶନ, ପରୀକ୍ଷିତ ଙ୍କ ମୋକ୍ଷ, ଭଗବାନଙ୍କ ଗୃହସ୍ଥ ଲୀଳା ଦର୍ଶନ ପାଇଁ ନାରଦଙ୍କ ଆଗମନ, ଯଦୁଵଂଶ କୁ ବ୍ରାହ୍ମଣ ଙ୍କ ଅଭିଶାପ ପ୍ରମୁଖ ପ୍ରସଙ୍ଗ ବ୍ୟାଖ୍ୟା କରିଥିଲେ | ଉଦଯାପନୀ ଉତ୍ସବ ଅବସରରେ ବିଶ୍ୱର କଲ୍ୟାଣ,ଗୋମାତାଙ୍କ ସୁରକ୍ଷା ତଥା ପ୍ରାଣୀ ଜଗତର ମଙ୍ଗଳ କାମନା ଏବଂ ଗ୍ରାମବାସୀଙ୍କ କଲ୍ୟାଣ ନିମନ୍ତେ ପୂଜା ଓ ଯଜ୍ଞ କରାଯାଇଥିଲା |ଏହି ଯଜ୍ଞରେ ଗ୍ରାମର ହରିବନ୍ଧୁ ପଣ୍ଡା ଏବଂ ସହଧର୍ମିଣୀ ଉର୍ମିଳା ପଣ୍ଡା କର୍ତ୍ତା ଭାବେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ |
ଏହି କାର୍ଯ୍ୟକ୍ରମରେ ପୁରୋଧା ପୂଜକ ପ୍ରସନ୍ନ କୁମାର କର,ପୁରୀ ତୋଟା ଗୋପୀନାଥ ମଠ ପୁରୀରୁ ଭାଗବତ ପରାୟଣ ବ୍ୟାସ ଶ୍ରୀ ପିତବାସ ଶୁକ୍ଲା, ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପୂଜକ ପଞ୍ଚୁ ପଣ୍ଡା,ପୁରୀରୁ ପିତାମ୍ବର ଦାସଜୀ ମହାରାଜ ପ୍ରମୁଖ ସହଯୋଗ କରିଥିଲେ |
କାର୍ଯ୍ୟକ୍ରମରେ ଜଗନ୍ନାଥ ପଣ୍ଡା, ସଂକୀର୍ତନ ଗାୟକ ନରୋତ୍ତମ ପଣ୍ଡା,ବୈଦିକ ବ୍ରାହ୍ମଣ ଲଛମନ ପଣ୍ଡା, ପାଲା ଗାୟକ ବିଜୟ ଦାସ ,ହରିବନ୍ଧୁ ପଣ୍ଡା,ଶିକ୍ଷକ ବିଜୟ ମହାନ୍ତି,ଗୁରୁବାରୀ ପଣ୍ଡା, ପ୍ରଶାନ୍ତ କୁମାର ମହାନ୍ତି, ନଗେନ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ |
ଗ୍ରାମ ପଞ୍ଚାୟତର ଭାଗବତ ପ୍ରେମୀ ଏବଂ ମୋ ଗାଁ ଗ୍ରୁପର ସଦସ୍ୟ ମାନେ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରତ୍ୟକ୍ଷ ତଥା ପରୋକ୍ଷ ରେ ସହଯୋଗ କରିଥିଲେ |ପ୍ରବଚନ ସମାପନ ଉତ୍ସବ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଥିଲା |ଉତ୍ସବରେ ବିପୁଳ ସଂଖ୍ୟାରେ ପଞ୍ଚାୟତ ବାସୀ ତଥା ନିମନ୍ତ୍ରିତ ଅତିଥି ମନେ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ |
Related Stories
November 22, 2024