
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସନ୍ଧ୍ୟା 6 ଘଟିକା ସମୟରେ ଝାଡେଶ୍ୱରୀ କ୍ଲବ ଠାରୁ ଝାଡେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ଏକ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା |ମା ଝାଡେଶ୍ୱରୀ ଙ୍କ ପାଖରେ ପୁରୀ ସହର ର ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତି ଙ୍କ ର ଆରୋଗ୍ୟ କାମନା କରି ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଇଥିଲା । ଉକ୍ତ ଅଖଣ୍ଡ ଦୀପ ପ୍ରଜ୍ବଳନ ରେ ଝାଡେଶ୍ୱରୀ କ୍ଲବ ର ସମ୍ପାଦକ ଶ୍ରୀଯୁକ୍ତ ପାର୍ଥସାରଥୀ ମହାପାତ୍ର , କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଦାସ , ଜିମ୍ନାଷ୍ଟିକ ପ୍ରଶିକ୍ଷକ ସଞ୍ଜୟ କୁମାର ମିଶ୍ର , ହ୍ୟାନଡବଲ ପ୍ରଶିକ୍ଷକ ସିତେନ୍ଦ୍ର ନାଥ ଦାସ , ଥ୍ରୋ ବଲ୍ ପ୍ରଶିକ୍ଷକ ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ ସାମନ୍ତରାୟ ଓ କୁମାରୀ ସୁଦ୍ଧା ସିନ୍ଧୁ ସିଂହ , ଝାଡେଶ୍ଵରୀ କ୍ଲବ ର କର୍ମକର୍ତ୍ତା ଶ୍ରୀଯୁକ୍ତ ବିଶ୍ଵନାଥ ନାୟକ , ନିମାଇଁ ଚରଣ ଦାସ, ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ମହାନ୍ତି ଙ୍କ ର ଆରୋଗ୍ୟ କାମନା କରିଥିଲେ। ଉକ୍ତ କାର୍ଯକ୍ରମ କୁ ବିଜୁ ଜନତା ଦଳ ର ଯୁବ ସଂଗଠକ ଏବଂ ପୂର୍ବତନ କାଉନସିଲର ଶ୍ରୀଯୁକ୍ତ ପ୍ରିତମ ଜଗଦେବ ପରିଚାଳନା କରି ମା ଝାଡେଶ୍ଵରୀ ଙ୍କ ନିକଟରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରିଥିଲେ ।