ଭୁବନେଶ୍ୱର, ପୂର୍ବତନ ବିଧାୟକ, ଯୁବନେତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀ ସୋମବାର ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବନେଶ୍ୱରସ୍ଥ ଲୋହିଆ ଏକାଡେମି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ମୃତିସଭାରେ ସ୍ମୃତି କମିଟିର ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ ଏବଂ ସଭାପତି ଚିନ୍ମୟ ପ୍ରସାଦ ବେହୁରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବିଧାୟକ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ପୂର୍ବତନ ମନ୍ତ୍ରୀ ଡ. ଯୁଧିଷ୍ଠୀର ଜେନା ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ସ୍ୱର୍ଗତ ଲୁଲୁ ବାବୁ ଜଣେ ନିର୍ଭିକ ବ୍ୟକ୍ତିତ୍ୱ ଥିଲେ । ସଂଗଠନ କ୍ଷେତ୍ରରେ ତାଙ୍କର ନିଷ୍ଠାପର ଉଦ୍ୟମ ତୃଣମୂଳ ସ୍ତରରୁ କଂଗ୍ରେସ ଦଳକୁ ସୁଦୃଢ଼ କରିବାରେ ସହାୟକ ହୋଇଥିଲା । ତାଙ୍କର ସାଲିସବିହୀନ ରାଜନୀତି ପାଇଁ ସେ ସର୍ବଦା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି । ସ୍ମୃତି ଚାରଣ କରି ପିସିସି ଉପସଭାପତି କିଶୋର ଜେନା, ମନୋରଞ୍ଜନ ଦାଶ, ସୁଦର୍ଶନ ଦାସ, ରଶ୍ମି ମହାପାତ୍ର, ହିମାଂଶୁ ଲେଙ୍କା, ଦେବାଶିଷ ଭୂୟାଁ, ବାଙ୍କନିଧି ବେହେରା, ପ୍ରଦୀପ୍ତ ଦାସ, ମନୋଜ ସାହୁ, ନିରଞ୍ଜନ ଦାସ, ମାନସ ଅଚାର୍ଯ୍ୟ ପ୍ରମୁଖ ସ୍ୱର୍ଗତ ଲୁଲୁ ବାବୁଙ୍କର ଅମାୟୀକ ବ୍ୟକ୍ତିତ୍ୱ, ଆତ୍ମୟତା ଓ ଆଦର୍ଶ ରାଜନୀତି ସମ୍ପର୍କରେ ଅବତାରଣା କରିଥିଲେ । ସ୍ମୃତିସଭା ପ୍ରାରମ୍ଭରେ ବିଭିନ୍ନ ଧର୍ମଗୁରୁମାନଙ୍କ ଦ୍ୱାରା ସର୍ବଧର୍ମ ପ୍ରାଥନା ଅନୁଷ୍ଠିତ ହୋଇଥିଲା ।
ଏହି ଉପଲକ୍ଷେ ପ୍ରତ୍ୟୁଷରେ ସ୍ମୃତି କମିଟିର ବହୁ ସଦସ୍ୟ ସ୍ଥାନୀୟ ହଂସପାଳ ଛକ ସ୍ଥିତ କୁଆଖାଇ ନଦୀରେ ସ୍ୱର୍ଗତ ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ତିଳତର୍ପଣ କରାଯାଇଥିଲା । ପରେ ୟୁନିଟ-୯ ସ୍ଥିତ ଅନ୍ଧ, ମୁକ, ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଫଳବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ମୃ୍ତି କମିଟିର ସାଧାରଣ ସଂପାଦକ ଦୀପକ କୁମାର ସାହୁ ପରିଚାଳନା କରିଥିଲେ ।