
ବଲାଙ୍ଗିର, ଆଜି ସକାଳ ପ୍ରାୟ ୧୦ଟା ରେ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥରେ ଦେଓଗାଁ ପଟରୁ ଆସୁଥିବା ବାଇକକୁ ଗୋଟିଏ ଅଜଣା ହାଇୱା ଗାଡ଼ି ଧକ୍କା ଦେବାରେ ବାଇକ ଚାଳକ ଯୁବକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। କେଉଁ ପରିସ୍ଥିତରେ ଏହି ଦୁର୍ଘଟଣା ଘଟିଛି ତାହା ଜଣାପଡିନଥିଲେ ମଧ୍ୟ ଦୃତଗତିରେ ଗାଡ଼ି ଚାଳନା ଯୋଗୁଁ ଏହା ଘଟିଥିବା କୁହାଯାଉଛି। ମୃତକ ଜଣକ ଦେଓଗାଁ ର ସୌରଭ ଦୀପ। ସେ ପବ୍ଲିକ ୱାର୍କ ବିଭାଗରେ ଟେକନିସିଆନ ଭାବରେ କାମ କରୁଥିଲେ। ଦୁର୍ଘଟଣାସ୍ଥଳରୁ ଶବକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ବ୍ୟବଚ୍ଛେଦ ଗୃହକୁ ଅଣାଯାଇଛି। ଦୁର୍ଘଟଣା ଘଟାଇଲା ପରେ ଦୃତ ବେଗରେ ଗାଡ଼ିଟି ଫେରାର ମାରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି।