
ରାଉରକେଲା, ରାଉରକେଲା ପୁଲିସ ଜିଲ୍ଲାରେ ଦୁଇ ଜଣ ଆଦିବାସୀ ଶିକ୍ଷିତା ଓ କର୍ମଜୀବି ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ମାମଲାରେ ରାଉରକେଲା ପୁଲିସ କୌଣସି ଖିଅ ପାଉନଥିବା ବେଳେ ଜଣଙ୍କର ମୃତ୍ୟୁକୁ ଦେଢ ମାସ ଉପରେ ସମୟ ବିତିଥିବା ବେଳେ ଅନ୍ୟଜଣଙ୍କ ମୃତ୍ୟୁକୁ ମାସେ ବିତିଲା, ହେଲେ ସେମାନଙ୍କ ପରିବାର ପୁଲିସର ତଦନ୍ତ ପ୍ରକ୍ରୟାକୁ ଗ୍ରହଣ କରୁନଥିବା ବେଳେ ସେମାନଙ୍କ ପ୍ରଶ୍ନର ଗୋଟିଏ ହେଲେ ଉତର ଦେଇପାରୁନି ପୁଲିସ ଓ ସେମାନଙ୍କ ଦାବି ଅନୁଶାରେ ସରକାର ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରୁନାହାନ୍ତି। ଏତିକି ବେଳେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜଙ୍କ ମୃତ୍ୟୁ ମାମଲାରେ ତାଙ୍କ ଭିସେରା ରିପୋର୍ଟ ଆସିଥିବା ନେଇ ପୁଲିସ ସୂଚନା ଦେଇଛି । ସୁସ୍ମିତାଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଓ ମା ଜିଲ୍ଲାପାଳଙ୍କ ସମେତ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ୩ ଜଣଙ୍କୁ ତାଙ୍କ ଭଉଣୀ ଓ ଝିଅର ମୃତ୍ୟୁ ଲାଗି ଦାୟି କରିଥିଲେ, ଏହା ଛଡା ଏହି ମାମଲାରେ ଏଯାଏ ସେମାନଙ୍କ ଏତଲା ଗ୍ରହଣ ନକରି ମାମଲା ରୁଜୁ କରିନଥିବା ସହ ସେମାନଙ୍କ ପରିବାରକୁ ଧମକ ଚମକ ଚମକ ଥାନାରେ ଦିଆଯାଇଥିବା ମଧ୍ୟ ଅଭିଯୋଗ କରିଥିଲେ ତାଙ୍କ ପରିବାର। ତେଣୁ ତାଙ୍କର ଆଉ ପୁଲିସ ଉପରେ ଭରଷା ନାହିଁ ମାମଲାକୁ ସିବିଆଇକୁ ଦେଇଦିଆଯାଉ ବୋଲି ବାରମ୍ବାର ଦାବି ଜଣାଇଛନ୍ତି । ଏହି ମାମଲରେ ସୁସ୍ମିତାଙ୍କ ପରିବାରର ଅଭିଯୋଗ ଅନୁଶାରେ ବିଡିଓ ତଥା ସିଡିପିଓଙ୍କୁ ପୁଲିସ ପଚରା ଉଚରା କରିସାରିଥିବା ବେଳେ ଅନ୍ୟଜଣଙ୍କର ଦେହାନ୍ତ ହୋଇସାରିଛି । କେବଳ ଦୁଇ ପ୍ରଶାସନିକ ଅଧିକାରୀଙ୍କୁ ପଚରା ଉଚରା ବାକି ରହିଛି । ଏହା ଛଡା ପୁଲିସ ଏହି ମାମଲାରେ ଆହୁରି ଅନେକଙ୍କୁ ମଧ୍ୟ ପଚରା ଉଚରା କରିସାରିଛି ଓ ମାମଲାର ସତ୍ୟା ସତ୍ୟ ବାହାରକୁ ଆସିବ ବୋଲି ବାରମ୍ବାର ଏସପି ରାଉରକେଲା ଦୃଢତାର ସହ କହିଛନ୍ତି । ହେଲେ ଆସିଥିବା ପୋଷ୍ଟମର୍ଟମ ରିପୋର୍ଟକୁ ପରିବାର ଲୋକେ ଗ୍ରହଣ କରିବାକୁ ନାରାଜ ହୋଇଥିବାବେଳେ ଏହାରି ଭିତରେ ଆଜି ଭିସେରା ରିପୋର୍ଟ ଆସିଥିବା ନେଇ ଡିଏସପି ବନୀତା ମାଝି ଗଣମାଧ୍ୟମକୁ କହିଛନ୍ତି। ହେଲେ ଏଥିରେ କଣ ଉଲ୍ଲେଖ ରହିଛି ତାହା କହିନାହାନ୍ତି ।
ସେପଟେ ଆଉଜଣେ ହେଲେ ପୁଲିସ ଅଫିସର ଆଲିସା ଲୁଗୁନ ତାଙ୍କର ମୃତ୍ୟୁକୁ ମଧ୍ୟ ଏକ ମାସ ବିତିସାରିଛି। ତାଙ୍କ ମୃତ୍ୟୁ ମାମଲାରେ ତାଙ୍କ ସ୍ଵାମୀ ଉଠାଇଥିବା ନାନା ପ୍ରଶ୍ନର ଉତର ପୁଲିସ ଦେଇପାରିନଥିବା ବେଳେ ଆସିଥିବା ପୋଷ୍ଟମର୍ଟମ ରିପୋର୍ଟକୁ ତାଙ୍କ ପରିବାର ଲୋକେ ଗ୍ରହଣ କରିବାକୁ ନାରାଜ। ସେମାନେ ମଧ୍ୟ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରୁଛନ୍ତି । ଉଭୟ ମାମଲାକୁ ବିଭିନ୍ନ ସଙ୍ଗଠନ, ଆଦିବାସୀ ସମାଜ ମଧ୍ୟ ସିବିଆଇକୁ ହସ୍ତାନ୍ତର ଲାଗି ଦାବି ଜଣାଇସାରିଛି । ତେବେ ଏହା ଭିତରେ ପୁଲିସ ନାନା ପ୍ରକାର ତଦନ୍ତ ପରେ ବି କୌଣସି ଖିଅ ପାଉନଥିବା ସହ ଦୃଢତାର ସହ କହୁଛି ସତ ପଦାକୁ ଆସିବ। ପରିବାର ଲୋକେ ଯାହା କହୁଛନ୍ତି ତାଙ୍କ କଥା ମଧ୍ୟ ଶୁଣୁନି, ଫଳରେ ଏଭଳି ତଦନ୍ତକୁ ଲୋକେ କହୁଛନ୍ତି ପୁଲିସି ପାରୁନି କି ଛାଡିବା ଲାଗି ଚାହୁଁନି । ଏଭଳି ସ୍ଥିତିରେ ଉଭୟ ମାମଲାରେ ଦୁଇ ସ୍ଵର୍ଗୀୟା ମହିଳାଙ୍କୁ କେବେ ନ୍ୟାୟ ମିଳିବ ସେନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ ।