
ବଲାଙ୍ଗିର, ଆଜିଠାରୁ ଠିକାଦାର ପଡ଼ା ଶ୍ରଦ୍ଧାଳୁ ମାନଙ୍କ ଆୟୋଜନ କ୍ରମେ ନବ ଦିନାତ୍ମକ ଗୋସ୍ଵାମୀ ତୁଳସୀ ଦାସଙ୍କ ତୁଳସୀ ରାମାୟଣ ପାରାୟଣ ଆରମ୍ଭ ହୋଇଛି। ପାରାୟଣରେ ବ୍ୟାସ ରୂପେ ଇପ୍ସିତ ମିଶ୍ର ରାମାୟଣ ପାଠ ସହିତ ପ୍ରଭୁ ଶ୍ରୀରାମଙ୍କ ଲୀଳା ଓ ଚରିତ୍ର ଉପରେ ରାମାୟଣ ବିଷୟ ବସ୍ତୁ ଉପରେ ଭକ୍ତ ମାନଙ୍କୁ ବର୍ଣ୍ଣନା କରୁଛନ୍ତି। ପୂଜକ ରୂପେ ଦେବେନ୍ଦ୍ର ମିଶ୍ର ପୁଜା କର୍ମ କରୁଥିବା ବେଳେ ଆଜିର ପ୍ରଥମ ଦିନ କର୍ତ୍ତା ରୂପେ ସୁରମ୍ୟ ମିଶ୍ର ଓ ତାଙ୍କ ସହଧର୍ମିଣୀ ମମତା ମୟୀ ମିଶ୍ର କାର୍ଯ ତୁଲାଇଥିଲେ।
ନବଦିନ ବ୍ୟାପୀ ପାରାୟଣରେ ଠିକାଦାର ପଡ଼ା ଓ ଆଖପାଖ ଅଞ୍ଚଳର ରାମ ରସ ପିପାସୁ ମାନେ ସମବେତ ହୋଇ ରାମ ବାଣୀ ଶ୍ରବଣ କରୁଥିବା ଦେଖାଯାଉଛି।