ଜୋଧପୁର, ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ସୋମବାର ସକାଳେ ସରଦାରପୁରା ଆସନରୁ ନିଜର ନାମଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ ସେ ପ୍ରଥମେ ମହାମନ୍ଦିର ନିବାସ ଯାଇ ନିଜ ବଡ ଭଉଣୀଙ୍କୁ ଭେଟି ତାଙ୍କର ଆର୍ଶିବାଦ ନେଇଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ଏବଂ ସେଠାରେ ନିଜର ନାମଙ୍କନ ପତ୍ର ଦାଖଲ କରିଥିଲେ ।
ଏହି ଅବସରରେ ସେଠାରେ ତାଙ୍କର ବହୁ ସଂଖ୍ୟାରେ ସମର୍ଥକ ଉପସ୍ଥିତ ଥିଲେ ।