ରାୟପୁର, ଛତିଶଗଡ଼ରେ ୭ ନଭେମ୍ବରରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣରେ ୨୦ ବିଧାନସଭା ଆସନରେ ମୋଟ୍ ୨୨୩ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୯୮ ଜଣ ପୁରୁଷ ତଥା ୨୫ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।
ରାଜ୍ୟର ୪୦ ଲକ୍ଷ ୭୮ ହଜାର ୬୮୧ ଭୋଟର ନିଜର ମତ ଅଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧୯ ଲକ୍ଷ ୯୩ ହଜାର ୯୩୭ ପୁରୁଷ ଭୋଟର ଏବଂ ୨୦ ଲକ୍ଷ ୮୪ ହଜାର ୬୭୫ ମହିଳା ଭୋଟର ତଥା ୬୯ ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି । ମୋଟ୍ ୫୩୦୪ ଭୋଟଗ୍ରହଣ କେନ୍ଦ୍ରରେ ମତଦାନ ନିମନ୍ତେ ବ୍ୟବସ୍ଥା ହୋଇଛି । ତନ୍ମଧ୍ୟରୁ ୨୦୦ଟି ଭୋଟ୍ ଗ୍ରହଣ କେନ୍ଦ୍ରରେ କେବଳ ମହିଳା ମତଦାନ କର୍ମୀ ଦାୟୀତ୍ବରେ ରହିବେ ।
ପ୍ରଥମ ପର୍ଯ୍ୟାୟରେ ୨୦ ବିଧାନସଭା ଆସନରୁ ୧୦ ବିଧାନସଭା ଆସନରେ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ତଥା ତଥା ଅନ୍ୟ ୧୦ ବିଧାନସଭା ଆସନରେ ସକାଳ ୮ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ।