
ଭଞ୍ଜନଗର – ଆଜି ଭଞ୍ଜନଗର ଜଳସେଚନ ବଙ୍ଗଳା ପରିସରରେ ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ସମେତ ନଗର ବିଜେଡ଼ି ସଭାପତି ରାଜେନ୍ଦ୍ର ବିଷୋୟୀ, ବ୍ଲକ ସଭାପତି ରାଜେନ୍ଦ୍ର ପ୍ରଧାନ, ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ମୋହନ ପ୍ରଧାନ, ଅଧ୍ୟକ୍ଷା ଗୀତାଞ୍ଜଳି ବେହେରା, ସାଂସଦ ପ୍ରତିନିଧି ବିପ୍ର ବାରିକ, ଭଞ୍ଜନଗର ସାଂସଦ ପ୍ରତିନିଧି ଦିବାକର ନାୟକ, ବ୍ଲକ ଅଧ୍ୟକ୍ଷା ବିନ ଦଳବେହେରା, ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ପୂର୍ବତନ ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରା ମଞ୍ଚରେ ଉପସ୍ଥିତ ଥିଲେ। ୧୯୯୭ ମସିହା ଡିସେମ୍ବର ୨୬ ରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ସଫଳତାର ସହ ଗତ ୨୨ବର୍ଷ ମଧ୍ୟରେ ରାଜ୍ୟବାସୀଙ୍କ ପ୍ରିୟପାତ୍ର ହୋଇ ପାରିଛି।ତେଣୁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ କୁ ସମର୍ଥନ ଜଣାଇ ୫ଥର ଲୋକ ମାନେ ତାଙ୍କୁ ବିଜୟୀ କରିଛନ୍ତି।ସେହିପରି ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ନେତୃତ୍ୱ କୁ ଜନସାଧାରଣ ସମର୍ଥନ ଜଣାଇ ୬ଥର ପାଇଁ ବିଜୟୀ କରିଛନ୍ତି। ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ବ୍ଲକରେ ବିକାଶ କାର୍ଯ୍ୟ ଆଗେଇ ଚାଲିଛି। ରାସ୍ତା ଘାଟ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଓ ବିଭିନ୍ନ କ୍ଷେତ୍ରରେ ବହୁ ଉନ୍ନତି ଘଟିଥିବା ଅତିଥିମାନେ କହିଥିଲେ।ଆଗାମୀ ଦିନରେ ମଧ୍ୟ ଏ ଅଞ୍ଚଳର ବିକାଶ କୁ ଅଧିକ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ।ଏଥିରେ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।