
ଗଞ୍ଜାମ, ବ୍ରହ୍ମପୁର ସହରରେ ବହୁ ନର୍ସିଂ ହୋମ କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଆକ୍ଟକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହେଉଛି । ଏପରିକି କେତେକ ନର୍ସିଂ ହୋମ ଓ ଡାଇଗ୍ନୋଷ୍ଟିକ ସେଂଟର ଠିକ୍ ସମୟରେ ସେମାନଙ୍କ ରେଜିଷ୍ଟ୍ରେସନ ନବୀକରଣ କରୁନାହାଁନ୍ତି । ଏଭଳି ସଂସ୍ଥା ବିରୁଦ୍ଧରେ ସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ବ୍ରହ୍ମପୁର ଏସପି ଅଫିସ ଛକରେ ଥିବା ନିଦାନ ଡାଇଗ୍ନୋଷ୍ଟିକ ସେଂଟର ମଧ୍ୟ କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଆକ୍ଟରେ ଧାର୍ଯ୍ୟ ନିୟମ ଅନୁସାରେ ରେଜିଷ୍ଟ୍ରେସନ ନବୀକରଣ କରିବାରେ ବିଳମ୍ବ କରିଛି, ଏଣୁ ସମ୍ପୃକ୍ତ ସଂସ୍ଥାକୁ ନୋଟିସ୍ ଜାରି ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଡା. ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଧାର୍ଯ୍ୟ ନିୟମ ଅନୁସାରେ ସମସ୍ତ ତୃଟୀ ସୁଧାରି ନୋଟିସ୍ ର ଉତର ରଖିବାକୁ ସଂସ୍ଥାକୁ ନିର୍ଦ୍ଦେଶ ଜାରି କରାଯାଇଥିବା ଶ୍ରୀ ମିଶ୍ର କହିଛନ୍ତି ।