ମାଲକାନଗିରି, ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ମାଲକାନଗିରି ଜିଲ୍ଲା ଶାଖା ଆନୁକୁଲ୍ୟରେ ୨୭ତମ ଇ- ପାଠଚକ୍ର ଗତକାଲି ଅନଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ତଥା ସ୍ୱାମୀ ବିବେକାନନ୍ଦ ଲୋକସଂସଦ ମାଲକାନଗିରି ଜିଲ୍ଲା ଶାଖାର ସଭାପତି ଡଃ ରଞ୍ଜନ କୁମାର ସ୍ଵାଇଁ ସଭାପତିତ୍ଵ କରିଥିବାବେଳ ବୈପାରିଗୁଡ଼ା ଶହୀଦ୍ ଲକ୍ଷ୍ମଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଡଃ ସଦାନନ୍ଦ ଅଢାରୀ ବୈପାରୀଗୁଡ଼ାର ପ୍ରତ୍ୟକ୍ଷ ଦେବତା ପ୍ରଭୁ ବୀରଖମ୍ବଙ୍କ ଉପରେ ନିଜର ବକ୍ତ୍ୟବ ଉପସ୍ଥାପନ କରିଥିଲେ।ପ୍ରଭୁ ବୀରଖମ୍ବଙ୍କ ଆବିର୍ଭାବ; କିମ୍ବଦନ୍ତୀ; ପ୍ରାଚୀନ ପରମ୍ପରା ଅନୁସାରେ ତାଙ୍କର ପୂଜାବିଧି ସମ୍ପର୍କରେ ଆଲୋଚନା କରିଥିଲେ। ସଂସଦର ଆଜୀବନ ସଦସ୍ୟା ଶିକ୍ଷୟିତ୍ରୀ ପ୍ରତିମା ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଆଭାରାଣୀ ବିଶ୍ଵାଳ ମନ୍ତ୍ରପାଠ; ପ୍ରଧାନ ଶିକ୍ଷୟିତ୍ରୀ ସାଧନାରାଣୀ ମଣ୍ଡଳ ବିବେକ ବାଣୀ ପଠନ; ଶିକ୍ଷୟତ୍ରୀ ଅଙ୍ଗୁରବାଳା ସ୍ଵାଇଁ ଶାନ୍ତି ପାଠ କରିଥିଲେ। ଲୋକ ସଂସଦର କୋଷାଧ୍ୟକ୍ଷ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକଙ୍କ ଦ୍ଵାରା ଅନ୍ୟବାଦ ଅର୍ପଣ କରାଯିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।