ବ୍ରହ୍ମପୁର, ଭାବାନଗର ସ୍ଥିତ ଆରୋଗ୍ୟ ହସପିଟାଲକୁ ବିଡିଏ ପକ୍ଷରୁ କାରଣ ଦର୍ଶାଓ ନୋଟିସ ଜାରି କରାଯାଇଛି ା ହସପିଟାଲ ଚାଲୁଥିବା ଏହି କୋଠାଟି ବିଡିଏ ପ୍ଲାନ ଠାରୁ ଅଲଗା ଭାବେ ନିର୍ମାଣ କରାଯାଇଥିବା ଅଭିଯୋଗ ପରେ ବିଡିଏ ପକ୍ଷରୁ ନୋଟିସ କରାଯାଇଛି ା ସେହିପରି ଏହି କୋଠାର ଫାୟାର ସେଫଟି ବ୍ୟବସ୍ଥା ଠିକ ନଥିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ସାର୍ଟିଫିକେଟ ମିଳିନଥିବା ଜଣାପଡ଼ିଛି ା
ବ୍ରହ୍ମପୁର ସହରର ଭାବାନଗର ଠାରେ ଏକ କ୍ଲିନିକ ତଥା ହସପିଟାଲ କୋଠା ନିର୍ମାଣ କରିବାକୁ ଏହାର କର୍ତ୍ତୃପକ୍ଷ ୨୦୧୦ରେ ବିଡିଏ ନିକଟରେ ଆବେଦନ କରିଥିଲେ ା ଏହି ହସପିଟାଲ କୋଠାଟି ଏସ ପ୍ଲସ ୪ ହେବା ବୋଲି ଏହାର କର୍ତ୍ତୃପକ୍ଷ ସେତେବେଳେ ଆବେଦନ କରିଥିଲେ ା ହେଲେ କୋଠା ନିର୍ମାଣ ଶେଷ ହେବା ବେଳକୁ ଏହି କୋଠାଟି ଏସ ପ୍ଲସ ୪ ବଦଳରେ ବି ପ୍ଲସ ଜି ପ୍ଲସ ୩ ଭାବେ ନିର୍ମାଣ କରାଯାଇଥିଲା ା ଏପଟେ ହସପିଟାଲ କର୍ତ୍ତୃପକ୍ଷ କୋଠା ନିର୍ମାଣ ଶେଷ କରିଥିଲେ ମଧ୍ୟ ଆଜିଯାଏଁ ଅକୁପାନ୍ସି ସାର୍ଟିଫିକେଟ ନେଇନଥିବା ବିଡିଏର ନଜରକୁ ଆସିଥିଲା ା ଏ ନେଇ ଅଭିଯୋଗ ପରେ ବିଡିଏ ପକ୍ଷରୁ ହସପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରାଯାଇଥିଲା ା ୧୫ ଦିନ ଭିତରେ ଉତ୍ତର ରଖିବାକୁ ହସପିଟାଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା ା ବିଡିଏର ନିୟମକୁ ଖୋଲାଖୋଲି ଉଲଙ୍ଘନ କରିଥିବାରୁ ଏହି ହସପିଟାଲକୁ କାହିଁକି ଭଙ୍ଗାଯିବନି ସେ ନେଇ ଉତ୍ତ