
-
ମରାମତି ପରେ ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର-ମୁଖ୍ୟ ପ୍ରଶାସକ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି |ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ଏବଂ ଏହା ଜାନୁଆରୀ ମାସ ୧୭ ତାରିଖରେ ଲୋକାର୍ପିତ ହେବ |ଏଥି ସହିତ ସେ କହିଛନ୍ତି ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ନିକଟରେ ଚାରି ବେଦ ଅନୁସାରେ ପୂଜା ପାଠ, ଯଜ୍ଞ କରାଯିବ ଏବଂ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ନାମ ସଂକୀର୍ତନ ପରିକ୍ରମା କରାଯିବ | ଏହା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବ ବୋଲି ସେ କହିଛନ୍ତି |
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ, ପ୍ରଭା,ରହୁରେଖା ଆଦି ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଲାଣି ଏହା ତୁରନ୍ତ ମରାମତି କରାଯିବ |ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଯାଞ୍ଚ ପ୍ରଶ୍ନତତ୍ୱ ବିଭାଗ କୁ ଦାୟିତ୍ୱ ଦିଆଯାଇଛି |ପ୍ରଶ୍ନତତ୍ୱ ବିଭାଗ ତରଫରୁ କାର୍ତ୍ତିକ ମାସ ଭିଡକୁ ନଜର ରଖି ସୁବିଧା ଅନୁସାରେ ଲେଜର ସ୍କାନ ମାଧ୍ୟମରେ ଅନୁଧ୍ୟାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି |ହରଚଣ୍ଡୀ ସାହି ନିକଟରେ ସେବକ ମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ବାସଗୃହ ସମସ୍ୟାର ସମାଧାନ କରାଯାଇ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ |ବାଉଳି ମଠ ଉର୍ନ୍ନତି କରଣ ନେଇ ଆଲୋଚନା ହୋଇଛି |ଏଥି ସହିତ ଗୁଣ୍ଡିଚା ମନ୍ଦିର ମରାମତି ପରେ ଭକ୍ତ ମାନଙ୍କ ଉଦେଶ୍ୟରେ ଖୋଲିବ ବୋଲି ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି |