-
କୃଷ୍ଣ ରସରେ ଝୁମିଥିଲେ ଭାଗବତ ପ୍ରେମୀ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମ ପଞ୍ଚାୟତର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପ୍ରାଙ୍ଗଣରେ ପ୍ରତିବର୍ଷ ପରି ଚଳିତ ବର୍ଷ ସପ୍ତାଦିନାତ୍ମକ ଶ୍ରୀମଦ ଭାଗବତ ମହାପୁରାଣ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞ ଆରମ୍ଭ ହୋଇଯାଇଛି |ବରପୁଟ ଗ୍ରାମ ବାସୀଙ୍କ ସହଯୋଗରେ ଅନୁଷ୍ଠିତ ୫ତମ ବାର୍ଷିକ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞର ଷଷ୍ଠ ଦିବସରେ କଥାବ୍ୟାସ ପ୍ରଵାଚକ ପଣ୍ଡିତ ଶ୍ରୀ ରାମ ନିରଞ୍ଜନ ଦାସଜୀ ମହାରାଜ ଦଶମ ସ୍କନ୍ଦ ବ୍ୟାଖ୍ୟା କରିଥିଲେ |
ପ୍ରବଚନ ମାଧ୍ୟମରେ ରାଶ ଲୀଳା ବର୍ଣ୍ଣନା, ମଥୁରା ଗମନ, ଗୋପୀ ଉଦ୍ଧବ ସମ୍ବାଦ, କଂଶ ବଦ୍ଧ,ରୁକ୍ମଣୀ ବିବାହ ପ୍ରମୁଖ ବିଷୟରେ ବ୍ୟାଖ୍ୟା କରିଥିଲେ |
ଏହି କାର୍ଯ୍ୟକ୍ରମରେ ସଂମ୍ମାନିତ ଅତିଥି ଭାବେ କଟକରୁ ଭାଗବତ ପ୍ରବାଚକ ତଥା ଆଇନଜୀବୀ ଆଶିଷ ମହାରାଜ,ପଥୁରୀପଡା ଗ୍ରାମର ସୁନ୍ଦରକାଣ୍ଡ ପାଠକ କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ଜୟୀ ପ୍ରକାଶ ମିଶ୍ର ମଂଚାସୀନ ଥିଲେ |କାର୍ଯ୍ୟକ୍ରମରେ ପରାୟଣ ବ୍ୟାସ ପୁରୀ ତୋଟା ଗୋପୀନାଥ ମଠର ଶ୍ରୀ ପିତବାସ ଶୁକ୍ଲା,ପୁରୋଧା ପ୍ରସନ୍ନ କୁମାର କର,ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପୂଜକ ପଞ୍ଚୁ ପଣ୍ଡା,ପୁରୀରୁ ପିତାମ୍ବର ମହାରାଜ ପ୍ରମୁଖ ସହଯୋଗ କରିଥିଲେ |
ବରପୁଟ ଗ୍ରାମ ପଞ୍ଚାୟତର ଭାଗବତ ପ୍ରେମୀମାନେ ଉପସ୍ଥିତ ରହି ପ୍ରବଚନ ଶ୍ରବଣ କରିବା ସହିତ କୃଷ୍ଣ ରସରେ ଝୁମିଥିଲେ |