ବଲାଙ୍ଗୀର,ଆଗଲପୁର ବ୍ଲକ କୁଟାସିଂହାରୁ ସାଲେଭଟା ଛବିଶ ନମ୍ବର ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଏବେ ଶୋଚନୀୟ ହୋଇପଡିଛି। ସ୍ଥାନେ ସ୍ଥାନେ ଗାତ ସୃଷ୍ଟି ହୋଇଥିବା ସାଙ୍ଗକୁ ବର୍ଷା ଦିନିଆ ଅନାବନା ଗଛଲତା ଉଠି ରାସ୍ତାକୁ ମାଡି ବସିଛି। ଠିକରେ ଆଗକୁ ରାସ୍ତା ଦେଖି ହେଉନାହିଁ। ଫଳରେ ଛୋଟ ଛୋଟ ଦୁର୍ଘଟଣା ମାନ ଦୈନିକ ଘଟୁଥିବାର ଦୃଷ୍ଟି ଗୋଚର ହେଉଛି।
କୁଟାସିଂହା ଅଞ୍ଚଳର ଶିକ୍ଷା, ସ୍ଵାସ୍ଥ୍ଯ, ସାପ୍ତାହିକ ବଜାର, ବ୍ୟାଙ୍କ, ବ୍ଲକ୍ ଓ ଜିଲ୍ଲାକୁ ଯିବାକୁ ହେଲେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ବର୍ତ୍ତମାନ ଏହି ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ଶୁଣିବାକୁ ମିଳୁଛି ଯେ, ରାସ୍ତା ସମ୍ପ୍ରସାରଣ ତଥା ଟୁ୍ୱେ ରାସ୍ତା ହେବ ଯାହାକି ଟେଣ୍ଡର ପ୍ରକ୍ରିୟା ସରିଛି ଓ ଗଛ କାଟିବାକୁ ମଧ୍ୟ ବିଭାଗ ତରଫରୁ ଚିହ୍ନଟ ହୋଇସରିଛି, କେବେ ରାସ୍ତାକାମ ହେବ ତାହା ଜଣା ପଡିନାହିଁ। ଜିଲ୍ଲା କାର୍ଯ୍ୟାଳୟ, ବ୍ଲକ, ତହସିଲ, ଡାକ୍ତରଖାନା, ବ୍ୟାଙ୍କ ପ୍ରମୁଖ ସମସ୍ତ ଗୁରୁତ୍ଵପୂର୍ଣ୍ଣ କାମରେ ଅଞ୍ଚଳର ସମସ୍ତେ ଏହି ରାସ୍ତାରେ ଯିବା ଆସିବା କରୁଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଏ ଦିଗରେ ଦୃଷ୍ଟି ଦେବାକୁ କୁଟାସିଂହାର ଜନସାଧାରଣଙ୍କ ତରଫରୁ ଦାବି ହେଉଛି।