ଭୁବନେଶ୍ୱର, କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ଟୁଟୁ ନାୟକଙ୍କ ମାଡ଼ ଘଟଣା । ଡିସିପିଙ୍କୁ ଭେଟିଲା ଓଡ଼ିଶା ୱିମେନ ଆଣ୍ଡ ମିଡିଆ । ନିରପେକ୍ଷ ତଦନ୍ତ ସହ ନ୍ୟାୟ ଦେବାକୁ ଦାବି କରାଯାଇଛି ।
ଭେଟିବା ପରେ ମହିଳା ସାମ୍ବାଦିକ ପ୍ରତିକ୍ରିୟା ରଖିଛନ୍ତି ଯେ, ଡିସିପିଙ୍କୁ ଭେଟି ଏହାର ତଦନ୍ତ ଦାବି କରିଛୁ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି । ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ଡିସିପି ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି ।
ଡିସିପିଙ୍କୁ ଭେଟି ୱିମେନ ଆଣ୍ଡ ମିଡିଆ ମହିଳା ସାମ୍ବାଦିକଙ୍କ ସୁରକ୍ଷା ଦାବି କରିଛି । ନିରପେକ୍ଷ ତଦନ୍ତ ସହ କିଭଳି ରାତିରେ ମହିଳାମାନେ ଘରକୁ ଫେରିବା ବେଳେ ସେମାନଙ୍କ ସୁରକ୍ଷା ମଧ୍ୟ ଦାବି କରିଛି ।