
ଭୁବନେଶ୍ୱର, ଧରାପଡିଲେ ନକଲି ଡାକ୍ତର । ଏଭଳି ଘଟଣା ଘଟିଛି ବାଲେଶ୍ୱର ମେଡିକାଲ କଲେଜରେ । ନକଲି ଡାକ୍ତର ଜଣକ ଟିକେଟ କାଉଣ୍ଟରରୁ ଫାଙ୍କା ଟିକେଟ ନେଇ ମେଡିସିନ୍ ୱାର୍ଡରେ ରୋଗୀଙ୍କ ପାଇଁ ମେଡିସିନ୍ ଲେଖୁଥିଲେ । ତେବେ ମେଡିକାଲ ଷ୍ଟାଫଙ୍କୁ ସନ୍ଦେହ ହେବାକୁ ତାଙ୍କୁ ପଚରାଉଚରା କରାଯାଇଥିଲା । ଏନେଇ ପୋଲିସକୁ ମଧ୍ୟ ଖବର ଦିଆଯାଇଥିଲା । ମେଡିକାଲ ଫାଣ୍ଡିରେ ସମ୍ପୃକ୍ତ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।