ମାଲକାନଗିରି – ମାଲକାନଗିରି ଜିଲ୍ଲା ଓର୍କେଲ୍ ଥାନା ଅନ୍ତର୍ଗତ ତାରଲାକୋଟା ଗ୍ରାମରେ ଥିବା ଏଚଡିଏଫସି ବ୍ୟାଙ୍କରୁ ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ । ତେବେ ସେମାନେ ଟଙ୍କା ଲୁଟିବାରେ ବିଫଳ ହୋଇଛନ୍ତି । ଆଜି ଭୋର୍ ସମୟରେ ସେମାନେ ଏହି ଯୋଜନା କରିଥିବା ବେଳେ ଏଥିରେ ଫେଲ୍ ମାରିଛନ୍ତି ।
ପୂର୍ବାହ୍ନରେ ବ୍ୟାଙ୍କର କର୍ମଚାରୀମାନେ ବ୍ୟାଙ୍କକୁ ଆସି ମୁଖ୍ୟ ଫାଟକର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ସାଇଂଟିଫିକ୍ ଟିମ୍ ସହିତ ଓର୍କେଲ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଥିବା ମାଲକାନଗିରି ଏସପି ଋଷିକେଶ ଖିଲାରୀ ସୂଚନା ଦେଇଛନ୍ତି ।