କେନ୍ଦ୍ରାପଡା, ଭୁବନେଶ୍ୱର ସ୍ଥିତ ସଂପ୍ରସାରଣ ନିର୍ଦ୍ଦେଶାଳୟ ଓୟୁଏଟି ର ଉପ ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ କୁମାର ମହାନ୍ତି କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଶ୍ରୀ ମହାନ୍ତି କୃଷି ବିଜ୍ଞାନ କେନ୍ଦ୍ରର ବିଭିନ୍ନ ପରିଦର୍ଶନ ଏକକ ଗୁଡିକୁ ବୁଲି ଦେଖିବା ସହ ଜିଲ୍ଲାରେ କୃଷିର ଉନ୍ନତି ପାଇଁ କେଉଁ କେଉଁ ଉନ୍ନତ ଜ୍ଞାନ କୈାଶଳ ବ୍ୟବହାର କରିହେବ ସେ ବିଷୟରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼ଃ ଅରବିନ୍ଦ ଦାସଙ୍କ ସହ ଆଲୋଚନା କରିଥିଲେ । ଉପ ନିର୍ଦ୍ଦେଶକ ଶ୍ରୀ ମହାନ୍ତି କୃଷି ବିଜ୍ଞାନ କେନ୍ଦ୍ରରେ ଥିବା ବିଭିନ୍ନ କ୍ଷେତ୍ର ପ୍ରଦର୍ଶନୀ ଯଥା-ଧାନ ଫସଲର କାଫେଟେରିଆ, ପ୍ରାକୃତିକ କୃଷି, ଜୈବିକ କୃଷି, ଧାନ ଓ ପାଣି ସିଙ୍ଗଡାର ଅନ୍ତ ଫସଲ କୃଷି ପଦ୍ଧତି, ଉଦ୍ୟାନ କୃଷି ଭିତିିକ ବିଭିନ୍ନ ପ୍ରଦର୍ଶନୀ କ୍ଷେତ୍ର ଏବଂ ପ୍ରାଣୀ ସମ୍ପଦ ବୁଲି ଦେଖିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତଥା ଡ଼ଃ ଶ୍ରୀମତୀ ନମିତା ମହାପାତ୍ର, ଡ଼ଃ ପ୍ରଭଞ୍ଜନ ମିଶ୍ର, ଡ଼ଃ ତାପସ ରଞ୍ଜନ ସାହୁ, ମାନସ ରଞ୍ଜନ ବେହେରାଙ୍କ ସହ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।
Related Stories
November 22, 2024