
କେନ୍ଦ୍ରାପଡା, କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଅବସରରେ ଜାବିର ବିନ କବିର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉର୍ଦ୍ଦୁ ଲାଇବ୍ରେରୀ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମସ୍ତ ପୂଜା ମଣ୍ଡପର ସଭାପତି, ସଂପାଦକଙ୍କୁ ଡକାଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା । କେନ୍ଦ୍ରାପଡା ସହରରେ ସାଂପ୍ରଦାୟିକ ସଦ୍ଭାବ ଓ ଭାଇଚାରା ବଜାୟ ରଖିବା ସହ ପ୍ରତ୍ୟେକଙ୍କ ପର୍ବ ପର୍ବାଣୀ ପାଳନରେ ସହଯୋଗ ଓ ସଦ୍ଭାବର ବାର୍ତା ପ୍ରଚାର କରିବା ଏହାର ଉଦ୍ଦେଶ୍ୟ ବୋଲି ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡିଏସପି ଜ୍ୟୋତି ରଞ୍ଜନ ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସମାଜସେବୀ ରଞ୍ଜିତ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ କାଉନସିଲର ରମେଶ କୁମାର ନାୟକ, ନିରାକାର ସ୍ୱାଇଁ, ସୈାମେନ୍ଦ୍ର ପୃଷ୍ଟି, ପ୍ରଶାନ୍ତ କୁମାର ସିଂହ ପ୍ରମୁଖ ଯୋଗ ଦେଇଥିଲେ । ଟ୍ରଷ୍ଟର ଉପାଧ୍ୟକ୍ଷ ମହମ୍ମଦ ଅମୀର ଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ସମାଜସେବୀ ଉପସ୍ଥିତ ଥିଲେ ।