କେନ୍ଦୁଝର- ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବାରେ ସରକାରୀ ଅଧିକାରୀ ମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ରହିଆସିଅଛି । ସରକାରୀ ଅଧିକାରୀମାନେ ଠିକ୍ ଭାବେ କାର୍ଯ୍ୟ କଲେ ସ୍ୱଭାବିକ ଭାବେ ସରକାରୀ ବ୍ୟବସ୍ଥା ସୁଦୃଢ ହୋଇପାରିବ । ଗରିବ ସାଧାରଣ ଲୋକଟିଏ କିଭଳି ଉପଯୁକ୍ତ ସେବା ଓ ନ୍ୟାୟ ପାଇପାରିବ ସେଥିପାଇଁ ସମସ୍ତ ଅଧିକାରୀ ତୃଣମୂଳ ସ୍ତରରୁ ପଦକ୍ଷେପ ନେବା ନିତ୍ୟାନ୍ତ ଜରୁରୀ । ରାଜ୍ୟସ୍ୱ ବିଭାଗର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ତହସିଲଦାର, ଆର୍.ଆଇ, ଅମୀନ ମାନଙ୍କ କାର୍ଯ୍ୟ ଶୈଳୀକୁ ସକ୍ରିୟ କରିବା ସହ ସମସ୍ତଙ୍କ ସହ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କଲେ ସାଧାରଣ ଲୋକମାନେ ଉପଯୁକ୍ତ ନ୍ୟାୟ ଏବଂ ବିଭିନ୍ନ ଯୋଜନାର ସୁଫଳ ପାଇପାରିବେ ବୋଲି ରାଜ୍ୟସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି ଶୁକ୍ରବାର ଦିନ ଏଠାରେ ରାଜ୍ୟସ୍ୱ ବିଭାଗର ସମୀକ୍ଷା କରିବା ଅବସରରେ ମତବ୍ୟକ୍ତ କରିଛନ୍ତି । ପ୍ରଶାସନ ବ୍ୟବସ୍ଥାକୁ ଅଧିକ ଚଳଚଂଚଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “୫-ଟି”, “ମୋ ସରକାର”, ଭଳି ମହତ୍ କାର୍ଯ୍ୟକ୍ରମ ଆଦି ହାତକୁ ନେଇଛନ୍ତି ବୋଲି ରାଜ୍ୟସ୍ୱ ମନ୍ତ୍ରୀ ଶ୍ରୀ ମାରାଣ୍ଡି ମତବ୍ୟକ୍ତ କରିବା ସହ ସାଧାରଣ ଲୋକମାନେ ଏହି ଯୋଜନା ଦ୍ୱାରା କିପରି ଭାବେ ସୁଫଳ ପାଇ ପାରିବେ ସେଥିନିମନ୍ତେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ଠାରେ ରାଜ୍ୟସ୍ୱ ବିଭାଗ ସମୀକ୍ଷା ବୈଠକରେ ଅନୁÂିତ କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ରାଜ୍ୟସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା “ଆମ ତହସିଲ ଆମ ଗାଁ ରେ”, “ବସୁନ୍ଧରା”, “ଜାଗା ମିଶନ୍”, “ଜଙ୍ଗଲ ଅଧିକାର ଆଇନ”୍ ଭଳି କାର୍ଯ୍ୟକ୍ରମ ଏବଂ ଏଥିରେ ଉପକୃତ ହୋଇଥିବା ହିତାଧିକାରୀଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହାବାଦ୍ ଉପଯୁକ୍ତ ହିତାଧିକାରୀ ଚୟନ କରାଯାଇ ଜାଗା ଓ ପଟ୍ଟା ଯୋଗାଇ ଦିଆଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରଧାନ କହିଥିଲେ । ଏହାସହ ଜିଲ୍ଲାର ବିଭିନ୍ନ ସହରାଂଚଳରେ ସରକାରୀ ଜମିକୁ ଅସାଧୁ ବ୍ୟକ୍ତିମାନେ ଜବରଦଖଲ କରି ରଖିଥିବା ସଂକ୍ରାନ୍ତରେ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା । ସମସ୍ତ ତହସିଲ ଅଂଚଳରେ କେତେ ସରକାରୀ ଜମି ଅସାଧୁ ବ୍ୟକ୍ତିଙ୍କ ଜବରଦଖଲରେ ରହିଛି ସେ ସଂକ୍ରାନ୍ତରେ ସର୍ଭେ କରାଯାଇ ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟସ୍ୱ ମନ୍ତ୍ରୀ ଶ୍ରୀ ମାରାଣ୍ଡି ସମସ୍ତ ତହସିଲଦାରମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହାସହ ନୂତନ ଭାବେ ନିର୍ମିତ ହେଉଥିବା ଜାତୀୟ ରାଜପଥ ଦ୍ୱାରା କ୍ଷତିଗ୍ରସ୍ତ ଲୋକମାନେ ସଠିକ୍ କ୍ଷତିପୂରଣ ପାଉଛନ୍ତି କି ନାହିଁ ସେ ସଂକ୍ରାନ୍ତରେ ରାଜ୍ୟସ୍ୱ ମନ୍ତ୍ରୀ ପଚାରି ବୁଝିଥିଲେ । ଏବଂ କେନ୍ଦୁଝର ଜିଲ୍ଲାର ବହୁ ଉପାନ୍ତ ଅଂଚଳରେ ଯଥା, ପାହାଡ, ଜଙ୍ଗଲ ଅଂଚଳରେ ଜନଜାତିମାନେ ରହୁଛନ୍ତି । ସେମାନେ ଯେପରି ସମସ୍ତ ସରକାରୀ ସୁବିଧାରୁ ବଂଚିତ ନ ହେବେ ସେଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସ୍ଥାନୀୟ ତହସିଲଦାରମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହାସହ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଲି, ପଥର ଭଳି ପ୍ରାକୃତିକ ସମ୍ପଦ ରହିଛି । ତାହାର ସୁବିନିଯୋଗ କରାଯିବା ଉପରେ ମନ୍ତ୍ରୀ ଶ୍ରୀ ମାରାଣ୍ଡି ଗୁରୁତ୍ୱାରୋପ କରିଥିଲେ । ବାଲି, ପଥର ଚୋରି ରୋକିବା ସମୟରେ ସବୁବେଳେ ଉପରିସ୍ଥ ଅଧିକାରୀ ଏବଂ ପୋଲିସ୍ର ସହାୟତା ନେବାକୁ ସେ ରାଜ୍ୟସ୍ୱ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହାସହ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରଧାନ ପଂଜିକରଣ, ଷ୍ଟାମ୍ପ ଡୁ୍ୟଟି, ଓଆର୍ଟିପିଏସ୍, ଓଏଲ୍ଆର୍, ସରକାରୀ ଜମିର ସୁରକ୍ଷା, ଗୋÂୀ ଅଧିକାର, ପଟ୍ଟା ବଂଟନ, ଗୋÂୀ ଜଙ୍ଗଲ ଅଧିକାର ସଂକ୍ରାନ୍ତରେ ବିସ୍ତୃତ ଭାବେ ରାଜ୍ୟସ୍ୱ ମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥ୍ାପନ କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଲୋକସଭା ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାଏକ, କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ରଙ୍କ ସମେତ ଡେପୁଟି କଲେକ୍ଟୋର ସୋନା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।