
କେନ୍ଦ୍ରାପଡା,କେନ୍ଦ୍ରାପଡା ବ୍ଲକ ଅଧିନ ତ୍ରିଲୋଚନପୁର ଗ୍ରାମର ଅଧ୍ୟାପକ ସୁରେନ୍ଦ୍ର କୁମାର ପଣ୍ଡାଙ୍କର ୫୮ ବର୍ଷ ବୟସରଙ୍କ ଅକାଳ ବିୟୋଗ ହୋଇ ଯାଇଛି । ଆଜି ସକାଳେ ତାଙ୍କୁ ହୃଦ୍ଘାତ ହୋଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରି ଡାକ୍ତରଙ୍କ ପାଖକୁ ଯିବାପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କର ପରଲୋକ ହୋଇ ଯାଇଛି । ସେ ପଟ୍ଟାମୁଣ୍ଡାଇ ବଡପଡା କଲେଜରେ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟରତ ଥାଇ ନିଜର ଅମାୟିକ ବ୍ୟବହାର, ଛାତ୍ର ବତ୍ସଳତା ଓ ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ସକ୍ରୀୟ ରହି ଲୋକପ୍ରିୟତା ଅର୍ଜନ କରିଥିଲେ । ଖବରପାଇ ବହୁ ବିଶିଷ୍ଟ ବ୍ୟକ୍ତି , ଛାତ୍ର ଓ ଅଧ୍ୟାପକ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ କ୍ରିୟା କରାଯାଇଛି ।