ଜୟପୁର, ଜୟପୁର ସିଟି ବସ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି । ଦୀର୍ଘ ଦିନ ଧରି ଜୟପୁର ସିଟି ଟ୍ରର୍ମିନାଲରେ ଠିଆ ହୋଇଥିବା ବସ ଗୁଡିକୁ ଯୋଜନା ବଦ୍ଧ ଭାବେ କିଏ ନିଆ ଲଗାଇଥିବାରୁ ୨୦ଟି ବସରୁ ଆଜି ୨ଟି ବସ ସମ୍ପୁଣ୍ଣ ପାଉଁସ ହୋଇଛି । ସରକାରଙ୍କ ସତ ଚେଷ୍ଟା ପରେ କୋରାପୁଟ ଜିଲା ପାଇ ଆସିଥିବା ସିଟି ବସ ଲୋକଙ୍କ କାମରେ ଆସିନଥିବା ବେଳେ ଆଜି ଦୁର୍ବୁତଙ୍କ ଦ୍ୱାରା ନିଆଁରେ ପୋଡି ପାଉଁସ ହୋଇଛି । ଜୟପୁର ନୁଆ ବସଷ୍ଟାଣ୍ଡ ନିକଟରେ ସିଟି ବସ ଟର୍ମିନାଲରେ ଏହି ବସ ଗୁଡିକ ଅବ୍ୟବହୃତ ହୋଇ ପଡି ରହିଥିଲା । ହେଲେ ଆଜି କୈଣସି କାରଣ ଯୋଗୁଁ ଦୁର୍ବୁତ ମାନେ ନିଆଁ ଲଗାଇଥିଲେ । ଘଟଣାଟି ଆଜି ସଂନ୍ଧ୍ୟା ସମୟରେ କରାଯାଇଥିବାରୁ ପୋଲିସ ଏହାକୁ ସନ୍ଦେହ ଚକ୍ଷୁରେ ରଖିଛି । ସୁଚନା ପ୍ରକାରେ ୨୦୧୬ ମସିହରେ କୋରାପୁଟ ଜିଲା ପାଇ ପ୍ରଥମ ପଯ୍ୟାୟରେ ୨୦ଟି ବସ ଆସିଥିଲ।। ସରକାରଙ୍କ ଯୋଜନା ଥିଲା ଉକ୍ତ ବସ ଗୁଡିକ କୋଟପାଡ, ଜୟପୁର, କୋରାପୁଟ, ସୁନାବେଢା, ଦାମନେଯାଡି ମଧ୍ୟରେ ଚଲ ପ୍ରଚଳ କରିବା । ଏନେଇ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲ।। ପ୍ରଯ୍ୟୟ କ୍ରମେ କେନ୍ଦ୍ର ସରକାରଙ୍କ ଜବାହାର ଜାତୀୟ ସହରାଂଚଳ ନବିକରଣ ଯୋଜନା ମାଧ୍ୟମରେ ପଯ୍ୟୟ କ୍ରମେ ୮୦ଟି ବସ ଦେବାର ଲକ୍ଷ୍ୟ ରହିଥିଲା । ଉକ୍ତ ବସ ଗୁଡିକ ସରକାର ଏବଂ ଘରୋଇ ସହ ଭାଗିତାରେ ଚଲାଯିବା ପାଇଁ ନିଷ୍ପତି ହୋଇଥିବା ବେଳେ ଗିତାଞ୍ଜଳି ସରଫେକ୍ସ ଟ୍ରାନସପୋର୍ଟ ନାମକ ଜୟପୁର ଏକ ଠିକା ସଂସ୍ଥା ସହ କୋରାପୁଟ ଜିଲା ପ୍ରଶାସନ ଚୁକ୍ତି କରିଥିଲା । କିନ୍ତୁ ଅଳ୍ପ ଦିନ ଚାଲିବା ପରେ କୌଣସି କାରଣରୁ ବସ ଗୁଡିକ ଟର୍ମିନାଲରେ ଠିଆ ହୋଇଥିଲା । ବସ କୁ ଚାଲଇବା ପାଇ ସାଧାରଣେରେ ବାରମ୍ଭାର ଦାବି ହୋଇ ଆସୁଥିଲା । ୭ ବର୍ଷ ଠିଆ ହେବା ପରେ ବସ ଗୁଡିକ ଅଚଳ ହେବାକୁ ଆସିଯାଇଥିଲା । ଏହାକୁ ଦୃଷ୍ଟିକୁ ନେଇ ଗତ କିଛି ଦିନ ପୁବରୁ ଜୟପୁର ପୌର ସଂସ୍ଥା ପକ୍ଷରୁ ଅଚଳ ବସ ଗୁଡିକୁ ସ୍କାର୍ପ ଜରିଆରେ ବିକ୍ରି ପାଇ ଉଦ୍ୟମ କରାଯାଇଥିବା ବେଳେ କ୍ଷତି ଭରଣା ପାଇ ଜିଲା ପ୍ରଶାସନ ଠିକା ସଂସ୍ଥାକୁ ବାରମ୍ଭାର ତାଗିଦ କରିଥିଲେ । କିନ୍ତୁ ଇତି ମଧ୍ୟରେ ଆଜି ବସ ରେ ନିଆଁ ଲାଗିବା ଆରମ୍ଭ ହୋଇଥିବାରୁ ଏହା ଯୋଜନା ବଦ୍ଧ ଭାବେ ହୋଇଥିବା ସାଧାରଣରେ ଚଚ୍ଚା ହେଉଛି । ଘଟଣା ସ୍ଥଳରେ ଜୟପୁର ଦମକଳ ବାହିନି ଓ ପୋଲିସ ପହଂଚିଥିବା ଜଣାଯାଇଛି ।