ଲକ୍ଷ୍ନୌ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜସ୍ୱ ମାମଲାକୁ ନିୟମିତ ଭାବେ ତଦାରଖ କରୁଛନ୍ତି । ତେବେ ଏହାରି ଭିତରେ ଖରାପ ପ୍ରଦର୍ଶନ କାରଣରୁ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ ହୋଇଛି । ରାଜ୍ୟର 12ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ବିଭିନ୍ନ ତହସିଲର ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ତହସିଲଦାରଙ୍କ ବିରୋଧରେ ଯୋଗୀ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ଅକ୍ଟୋବର 31ରେ ଅନୁଷ୍ଠିତ ରାଜସ୍ୱ ପରିଷଦର ଉଚ୍ଚ ସ୍ତରୀୟ ସମୀକ୍ଷାରେ, ଜିଲ୍ଲାପାଳ ମାନଙ୍କୁ ସ୍ପଷ୍ଟିକରଣ ମଗାଯାଇଛି ।