
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ରେଳ ଷ୍ଟେସନ ଅଟୋ ଚାଳକ ସଂଘ ପକ୍ଷରୁ ୨୩ ତମ ମା ଗଜଲକ୍ଷ୍ମୀ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ କଟକ ମେୟର ତଥା ନିଖିଳ ଓଡ଼ିଶା ଅଟୋ ଟ୍ୟାକ୍ସି ଚାଳକ ମହାସଂଘ ସଭାପତି ସୁବାସ ଚନ୍ଦ୍ର ସିଂ,ମାନ୍ୟବର ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ,ସମ୍ମାନିତ ଅତିଥି ଭାବେ ବିଜୁ ଯୁବ ଜନତା ଦଳର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆ, ନିଖିଳ ଓଡ଼ିଶା ଅଟୋ ଚାଳକ ସଂଘର ସଂପାଦକ ପ୍ରଦ୍ୟୁମ୍ନ କୁମାର ସାମଲ,ପୁରୀ ଜିଲ୍ଲା ଅଟୋ ମହାସଂଘ ସଭାପତି ଦୁର୍ଗାଚରଣ ଖୁଣ୍ଟିଆ,ଉପ ସଭାପତି ଭଗବାନ ପଢ଼ିଆରି, ସମ୍ପାଦକ ରାଜକିଶୋର ମହାନ୍ତି ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ଏହାପରେ ସଂଘର ସମସ୍ତ ସଦସ୍ୟ ମାନଙ୍କୁ ଡ୍ରେସ୍ କୋଡ ଏବଂ ପରିଚୟ ପତ୍ର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଶେଷରେ ସଂଘର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।