
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ସ୍କୁଲର ଆଦର୍ଶ ଶିକ୍ଷୟତ୍ରୀ ଶ୍ରୀମତୀ ସଂଯୁକ୍ତା ମିଶ୍ରଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଅତି ଭାବ ବିହ୍ଵଳ ପରିବେଶରେ ପ୍ରଦାନ କରାଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅବସର ସଭାରେ ପ୍ରାକ୍ତନ ଡ଼ି ଆଈ ଇ ଟି ପୁରୀର ଅଧ୍ୟକ୍ଷ ତଥା ଶ୍ରୀମତୀ ମିଶ୍ରଙ୍କ ସ୍ୱାମୀ ଶ୍ରୀଯୁକ୍ତ ଚଣ୍ଡେଶ୍ୱର ମହାପାତ୍ର ମୁଖ୍ୟବକ୍ତା ରୂପେ ଉପସ୍ଥିତ ରହି ତାଙ୍କ ମହନୀୟତା ଉପସ୍ଥାପନ କରିଥିଲେ। ଶିକ୍ଷକ ବିଦ୍ୟାଧର ମିଶ୍ର ସଭାକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରପର୍ଶନ ସୁଧାଂଶୁ ଶେଖର ରାୟ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ନିଜ ନିଜ ଅନୁଭୂତିକୁ ବାଣ୍ଟି ଥିଲେ। ବରିଷ୍ଠ ଶିକ୍ଷକ ବିଶ୍ୱଜିତ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀମତୀ ମିଶ୍ର ଶିକ୍ଷାଦାନ ସହ ସାହିତ୍ୟ ସାଧନା ଓ ଅନେକ ସାମାଜିକ ସଂସ୍କାର ମୂଳକ କାର୍ଯ୍ୟ କରିବା ସହ ଗରିବ ମେଧାବୀ ପିଲାମାନଙ୍କୁ ସାହାଯ୍ୟ କରି ଆସୁଥିଲେ।ପିଲା ମାନଙ୍କୁ ଅନ୍ତରଭରି ଭଲ ପାଉଥିବା ଜଣେ ନିଆରା ମଣିଷ ଓ ସଫଳ ଶିକ୍ଷାଦାତ୍ରୀ ଭାବେ ଜିଲ୍ଲା ସ୍କୁଲରେ ୩୨ ବର୍ଷ ଓ ସମୁଦାୟ ଅଣଚାଲିଶ ବର୍ଷର ନିରବାଛିନ୍ନ ଶିକ୍ଷାଦାନ କରି ଆସୁଥିଲେ। ଜିଲ୍ଲା ସ୍କୁଲର ଐତିହକୁ ତ୍ୱରାନ୍ୱିତ କରି ରାଜ୍ୟରେ ଶ୍ରେଷ୍ଠ ବିଦ୍ୟାଳୟ ରୂପେ ଉପସ୍ଥାପନ ପାଇଁ ଶ୍ରୀମତୀ ମିଶ୍ରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା ।