

ଭଦ୍ରକ – ଧାମନଗର ପଂଚାୟତ ସମିତିର ନବମ ବୈଠକ ଆଜି ପଂଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ା ପଂଚାୟତ ସମିତି ଅଧ୍ଯକ୍ଷ ଅଶୋକ କୁମାର ନାୟକଙ୍କ ସଭାପତିତ୍ବରେ ବିଧାୟକ ବିଷ୍ଣୁ ସେଠୀ, ଉପାଧ୍ଯକ୍ଷା ବିଳାସିନୀ ଘୋଷ, ବିଡିଓ ଦୁର୍ଗାଚରଣ ମୁର୍ମୁ, ଜିଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ, ସୁରଥ ସେଠୀ, ଉମାମଣି ସାହୁ, ସାଂସଦ ପ୍ରତିନିଧି ଶରତ ଚନ୍ଦ୍ର ମହାନ୍ତି ପ୍ରମୁଖ େଯାଗଦେଇଥିଲେ ା ବିଶେଷକରି ଏହି ବୈଠକରେ ଇନ୍ଦିରାଆବାସ, ପ୍ରଧାନମନ୍ରୀ ଆବାସ େଯାଜନା, ମୋକୁଡିଆ, ପାଇଖାନା ଆଦି ପ୍ରଦାନରେ ଅନିୟମିତତା ହୋଇଥିବା ନେଇ ସଭ୍ୟମାନେ ଅଭିେଯାଗ କରିଥିଲେ ା ପ୍ରକୃତ ହିତାଧିକାରୀ ଏହିସବୁ ସରକାରୀ ସୁବିଧା ସୁେଯାଗରୁ ବଂଚିତ ହେଉଥିବା ବେଳେ ଏହାର ଫାଇଦା ଅନ୍ୟମାନେ ନେଉଛନ୍ତି ା ସେହିପରି ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାଂଶ ଅଧିକାରୀମାନେ ଅନୁପସ୍ଥିତ ଥିବାରୁ ବିଧାୟକ ଶ୍ରୀ ସେଠୀ କ୍ଷୋଭ ପ୍ରକାଶ କରିଥିଲେ ା