କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପ୍ରାକୃତିକ ବିପର୍ଯ୍ୟୟ ସୂଚନା ଦେଇ ଆସେ ନାହିଁ ।କିନ୍ତୁ ସଚେତନ ଓ ସତର୍କ ହେଲେ ବିପର୍ଯ୍ୟୟର ପ୍ରଭାବ ଓ କ୍ଷୟକ୍ଷତିକୁ ରୋକାଯାଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ମତବ୍ୟକ୍ତ କରିଛନ୍ତି।ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଓସଡାମାର ସହଯୋଗରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ଚଳିତ ମାସ ୫ ତାରିଖରେ ସୁନାମୀ ଦିବସ ପାଳନ ନିମିତ୍ତ ଅନୁଷ୍ଠିତ ହେବାକୁ ଥିବା ମକ ଏକ୍ସସରସାଇଜ ବା ଅଭ୍ୟାସ ସମ୍ପର୍କରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ସାହୁ ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ଭାବେ ପରିଚିତ ବୋଲି କହିଥିଲେ ।ଓଡ଼ିଶାର ମୋଟ ୪୮୦ କି.ମି ବେଳାଭୂମି ମଧ୍ୟରୁ ପୁରୀ ଜିଲ୍ଲାର ପ୍ରାୟ ୧୫୦ କିମିରୁ ଉର୍ଦ୍ଧ୍ବ ରହିଛି ସେଥିପାଇଁ ସୁନାମୀ ଆଶଙ୍କା ରହିଅଛି। ତେବେ ବିପର୍ଯ୍ୟୟ ର ମୁକାବିଲା ପାଇଁ ଉପଯୁକ୍ତ ଯୋଜନା, ବ୍ୟାପକ ସଚେତନତା, ବିପର୍ଯ୍ୟୟ ପୂର୍ବରୁ ସତର୍କତା, ଉଦ୍ଧାର, ଓ ପରେ ଥଇଥାନ ଓ ସହଯୋଗ ପାଇଁ ଜନ ଜାଗରଣ ଏହି ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ସମସ୍ତ ଜୀବନ ମୂଲ୍ୟବାନ ଏହାର ସୁରକ୍ଷା ସମସ୍ତ ଙ୍କ ଦାୟିତ୍ୱ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ଦାଶ ଯୋଗ ଦେଇ ସୁନାମୀ ର କାରଣ, ସତର୍କତା ଓ ସଚେତନତା ସମ୍ପର୍କରେ ଆଲୋଚନା କରିଥିଲେ।ଚଳିତ ମାସ ୫ ତାରିଖରେ ଅସ୍ତରଙ୍ଗ ତହସିଲର ଶିଶିଓ ପଞ୍ଚାୟତ ର କେଉଟଜଙ୍ଗା ଗ୍ରାମ, କାକଟପୁର ତହସିଲ ବାଙ୍ଗୁରିଗାଁ ପଞ୍ଚାୟତର ଛୋଟପଡା ଗ୍ରାମ, ଗୋପ ତହସିଲ ସୂତନ ପଞ୍ଚାୟତ ର ଖଳକଟା ଗ୍ରାମ, ବ୍ରହ୍ମଗିରି ତହସିଲ ଆମ୍ବପଡା ପଞ୍ଚାୟତ ନରସିଂହ ପାଟଣା ଗ୍ରାମ ଓ କୃଷ୍ଣ ପ୍ରସାଦ ତହସିଲ ରାମଲେଙ୍କା ପଞ୍ଚାୟତ ବ୍ରାହ୍ମଣଦେଓ ଗ୍ରାମରେ ଏହି ମକ ଏକ୍ସସରସାଇଜ ଅନୁଷ୍ଠିତ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ।ସୁନାମୀ ସମୁଦ୍ର କୂଳିଆ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରିଥାଏ।ତେଣୁ ସୁନାମୀ ବିପର୍ଯ୍ୟୟ ର ଉଚିତ ମୁକାବିଲା, ପ୍ରଶାସନ, ଲୋକ ପ୍ରତିନିଧି, ସ୍ୱଛାସେବୀ , ସାଧାରଣ ଜନତା ଙ୍କୁ ଏଥି ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ସହ ମୁକାବିଲା କୌଶଳ ସମ୍ପର୍କରେ ମକ୍ ଡ୍ରିଲ ମାଧ୍ୟମରେ ସଚେତନ କରାଯାଇଛି ବୋଲି ଶ୍ରୀ ସାହୁ ଅବଗତ କରାଇଥିଲେ।କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ଅଧିକାରୀ, ଓସଡାମାର ପ୍ରତିନିଧି, ସ୍ୱଛାସେବୀ ପ୍ରମୁଖ ଯୋଗ ଦେଇଥିଲେ।
Related Stories
November 22, 2024