
ମାଲକାନଗିରି, ମାଲକାନଗିରି ଜିଲା ବିଏସ୍ଏଫ୍ ତରଫରୁ ଆଦିବାସୀ ଯୁବକଯୁବତୀ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଗସ୍ତ କରିଛନ୍ତି। ବିଏସ୍ଏଫ୍ ଦ୍ୱିତୀୟ ବାଟାଲିଅନ କମାଣ୍ଡେଣ୍ଟ ବରୁଣେନ୍ଦ୍ର ପ୍ରତାପ ସିଂ ଆଜି ମାଲକାନଗିରି ଜିଲାର ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ, ଘନବେଡା, ଅଣ୍ଡରା ପାଲ୍ଲୀ, ଯୋଡାମ୍ବ ପ୍ରଭୃ ତି ଗ୍ରାମଗୁଡିକରେ ବସବାସ କରୁଥିବା ୯ ଯୁବତୀ ଓ ୧୧ ଯୁ ବକ ମୋଟ ୨୦ ଜଣ ଯୁବକଯୁବତୀଙ୍କୁ ବିଶାଖାପାଟଣା ପଠାଇଛନ୍ତି। ଏହି ଯୁବପିଢି ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରିବା ସହ ସେଠାକାର ରାଜନୈତିକ ନେତା, ବିଭିନ୍ନ ମନ୍ତ୍ରୀ, ସିନେ ତାରକା, ଟିଭିତାରକା, ପୌରାଣିକ ସ୍ଥଳ ଇତ୍ୟାଦି ଭ୍ରମଣ କରିବେ!ଏହି କାର୍ଯ୍ୟକ୍ରମରେ ବିଏସ୍ଏଫ୍ ଶୁଭଞ୍ଜନ ମହାପାତ୍ର, ନେହେରୁ ଯୁବ ସଂଘର ହରିଶ ରୁପାଲ ପ୍ରମୁଖ ଉପସ୍ଥିତ ଥିଲେ। ଏଥିପୂର୍ବରୁ ବିଏସ୍ଏଫ ତରଫରୁ ୩୨୦ ଯୁବପିଢି ଦେଶର ବିଭିନ୍ନ ଅଞ୍ଚଳ ତଥା ହରିୟାନାର ପଞ୍ଚୁକୁଲା, ଅହମଦାବାଦ, ବେଙ୍ଗୁଲୁର, ଭୋପାଲ, ପୁଡୁଚେରି, ନୂଆଦିଲ୍ଲୀ, ଚଣ୍ଡିଗଡ଼, କୋଚି, ହାଇଦରାବାଦ ପ୍ରଭୃତି ସ୍ଥାନ ଗୁଡିକୁ ଭ୍ରମଣ କରି ଆସିଥିଲେ।