ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ଡାକ୍ତରଖାନା ପୁଣି ଚର୍ଚ୍ଚାର ପରିଧି ଭିତରକୁ ଆସିଛି। ଜଣେ ଡ଼ାକ୍ତରଙ୍କ ବାରମ୍ବାର ଖରାପ ବ୍ୟବହାର ଓ ବଦଳି ଧମକ ଦେବା ପ୍ରତିବାଦରେ ବୁଧବାର ଅପରାହ୍ନରେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍ସି)ର ୩ଜଣ ଜୁନିଅର ଡ଼ାକ୍ତର ଓ ଅନ୍ୟ କର୍ମଚାରୀମାନେ ମେଡିକାଲ ସମ୍ମୁଖରେ ଧାରଣାରେ ବସିଥିଲେ ।ସନ୍ଧ୍ୟାରେ ଆଲୋଚନା ପରେ ସେମାନେ ଧାରଣରୁ ଉଠିଥିଲେ । କାଲିମେଳା ମେଡ଼ିକାଲର ଡ଼ାକ୍ତର ମୁକ୍ତିକାନ୍ତ ମଲିକଙ୍କ ବିରୁଦ୍ଧରେ ଏପରି ଅଭିଯୋଗ କରିଛନ୍ତି ଜୁନିଅର ଡ଼ାକ୍ତର ଓ କର୍ମଚାରୀମାନେ। ସେମାନେ ଏ ସଂପର୍କରେ ଜିଲ୍ଲାପାଳ ଓ ସିଡ଼ିଏମଓଙ୍କୁ ଡ଼ାକ୍ତର ମଲିକଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିବାପରେ ମଙ୍ଗଳବାର ଦିନ ଡ଼ାକ୍ତର ମଲିକ ଏହି ଜୁନିଅର ଡ଼ାକ୍ତର ଓ ଙ୍କୁ ରାତାରାତି ଅନ୍ୟତ୍ର ବଦଳି କରିଦେଇଥିବାର ଗୁରୁତର ଅଭିଯୋଗ ଆଣିଛନ୍ତି।ଏ ସଂପର୍କରେ ସେମାନେ ପ୍ରଶାସନକୁ ଦେଇଥିବା ଲିଖିତ ଅଭିଯୋଗର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ସେମାନେ ବାଧ୍ୟ ହୋଇ ମେଡ଼ିକାଲ ସମ୍ମୁଖରେ ଧାରଣାରେ ବସିଛନ୍ତି ବୋଲି କହିଛନ୍ତି। ଗତ ସେପ୍ଟେମ୍ବର ୨୧ ତାରିଖଦିନ ଡ଼ାକ୍ତର ମଲିକ ଡ଼ାକ୍ତର ଦେବଦାସ ସାମନ୍ତରାୟଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଗୁଣ୍ଡା ଲଗାଇ ମାରିଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ସେ ଏ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। ସେହିପରି ନର୍ସି ଅଫିସର ସନାତନ ରାୟଙ୍କ ଅଭିଯୋଗ ମଧ୍ୟ ସାଂଘାତିକ। ତାଙ୍କର ଅଭିଯୋଗ ଅନୁସାରେ ଡ଼ାକ୍ତର ମଲିକ ରୋଗୀମାନଙ୍କୁ ମେଡ଼ିକାଲରୁ ଔଷଧ ଦେବା ବଦଳରେ ବାହାରୁ ଦୋକାନରୁ ହଜାର ହଜାର ଟଙ୍କାର ମେଡ଼ିସିନ କିଣିବା ଓ ବାହାରେ ଟେଷ୍ଟ ପାଇଁ ବାଧ୍ୟ କରିଥାନ୍ତି। ଏହାର ପ୍ରତିବାଦ କଲେ ଓଲଟା ଗାଲି ଗୁଲଜ କରିବା ସହିତ ଘାଟି ଉପରକୁ ବଦଳି କରିଦେବାକୁ ଧମକ ଦେଉଛନ୍ତି ବୋଲି କହିଛନ୍ତି ନର୍ସି ଅଫିସର ସନାତନ ରାୟ। ସେହିପରି ମହିଳା ଷ୍ଟାଫ ନର୍ସମାନଙ୍କୁ ମଧ୍ୟ ଡ଼ାକ୍ତର ରାଉଣ୍ଡ କରିବା ବେଳେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କ ସମ୍ମୁଖରେ ଗାଲି ଗୁଲଜ କରୁଥିବା ଅଭିଯୋଗ କରିଛନ୍ତି!ସୂଚନା ଥାଉକି କାଲିମେଳା ମେଡ଼ିକାଲ ଇନଚାର୍ଜ ଡ଼ାକ୍ତର ଆବିଦ ହୁସେନ ଖାନ କିଛି ଦିନ ପାଇଁ ଛୁଟିରେ ଯାଇଥିବାବେଳେ ଡ଼ାକ୍ତର ମଲିକ ମେଡ଼ିକାଲ ଇନଚାର୍ଜ ଦାୟିତ୍ୱରେ ରହିଥିଲେ। ତେବେ ଏହାକୁ ଏକ ସୁଯୋଗ ଭାବି ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ଡ଼ାକ୍ତର ଙ୍କୁ ମଙ୍ଗଳବାର ରାତିରେ ତରବରିଆ ଭାବରେ ଅନ୍ୟତ୍ର ବଦଳି ସହ ରିଲିଭ କରିଦେଇଥିବାର ସୂଚନା ମିଳିଛି।
ଉଲେଖଯୋଗ୍ୟ ଯେ କିଛି ବର୍ଷ ତଳେ ଡ଼ାକ୍ତର ମୁକ୍ତିକାନ୍ତ ମଲିକ ଜଣେ ଛାତ୍ରୀକୁ ମେଡ଼ିକାଲ ଭିତରେ ଖରାପ ବ୍ୟବହାର ଦେଖାଇବା ସହିତ ମାଡ଼ ମାରିବା ଅଭିଯୋଗରେ ନିଲମ୍ବିତ ହୋଇ ଏମଭି ୨ ୧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁନଃ ନିଯୁକ୍ତି ହୋଇ ଥିଲେ। ସେତେବେଳେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲ। ବର୍ତ୍ତମାନ ପୁନର୍ବାର କାଲିମେଳା ମେଡ଼ିକାଲରେ କାର୍ଯ୍ୟରତ ଡ଼ାକ୍ତର ଡ଼ାକ୍ତରଙ୍କ ମଧ୍ୟରେ ବିବାଦ ପୁଣିଥରେ ଚର୍ଚାର ଖୋରାକ ଯୋଗାଇଛି । ତେବେ ଏ ସଂପର୍କରେ ଡ଼ାକ୍ତର ମୁକ୍ତିକାନ୍ତ ମଲିକଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି ସେ ସଫେଇ ଦେବା ସହିତ ଏ ସଂପର୍କରେ ପ୍ରଶାସନ ତଦନ୍ତ କରିବାପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କହିଛନ୍ତି। ଦୀର୍ଘ ବର୍ଷ ଧରି ଏଠାରେ ରହିଥିବା ଉକ୍ତ ଡାକ୍ତର ଙ୍କ ବିରୁଦ୍ଧରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅର୍ଦ୍ଧାଧିକ କର୍ମଚାରୀ ଅଭିଯୋଗ କରିବାପରେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାର ଆଜି ପର୍ଯ୍ୟନ୍ତ ତଦନ୍ତ ନକରି ଅଭିଯୁକ୍ତ ଡାକ୍ତର ଙ୍କୁ ଘଣ୍ଟ ଘୋଡେଇ ରଖିବା ପଛରେ କଣ ରହସ୍ୟ ରହିଛି ବୋଲି କାଲିମେଳା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି!