ନୂଆଦିଲ୍ଲୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ହାଜିରା ପୂର୍ବରୁ ଦିଲ୍ଲୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀଙ୍କ ଘରେ ଚଢାଉ କରିଛି ଇଡି । ଅର୍ଥ ତୋଷାରପାତ ଅଭିଯୋଗରେ ଦିଲ୍ଲୀର କ୍ୟାବିନେଟ୍ ମିନିଷ୍ଟର ରାଜକୁମାର ଆନନ୍ଦଙ୍କ ଘରେ ଇଡି ପକ୍ଷରୁ ଚଢାଉ କରାଯାଇଛି ।
ଅଧିକାରୀଙ୍କ ସୂଚନା ମୁତାବକ ଗୁରୁବାର କ୍ୟାବିନେଟ୍ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ରେଡ୍ କରିଛି । ଏହାସହିତ ମନ୍ତ୍ରୀଙ୍କ ସହ ଜଡିତ 9ଟି ସ୍ଥାନରେ ଉଡି ଚଢାଉ କରିଛି ।
ସୂଚନା ମୁତାବକ ଇଡି ଅଧିକାରୀଙ୍କ ସହ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ଟିମ୍ ଏହି ଚଢାଉରେ ସାମିଲ ହୋଇଛନ୍ତି ।