ବଲାଙ୍ଗୀର, ଆଗାମୀ ରବିବାର ୫ ତାରିଖରେ ସହଯୋଗ ଫାଉନ୍ଡେସନ ଅନୁକୂଲ୍ୟରେ ନିଶୁଲ୍କ ଆୟୁର୍ବେଦିକ ଚିକିତ୍ସା ଏବଂ ଔଷଧ ବଣ୍ଟନ ଶିବିର କଂସାରୀପଡା ଆରଏମସି ଅଫିସ କ୍ୟାମ୍ପସ ମଧ୍ୟରେ ଦିବା ୯ଟା ରୁ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଶିବିରରେ ଆୟୁର୍ବେଦିକ ଡାକ୍ତର ମାନଙ୍କ ଦ୍ଵାରା ବାତଜନିତ ସମସ୍ୟା, ପାରାଲେସିସ, ନ୍ୟୁରୋ ସମସ୍ୟା, ଲିଭର, ପେଟ ଜନିତ ସମସ୍ୟା, ଅର୍ଶ, ସ୍ତ୍ରୀ ରୋଗ, ଅନିୟମିତ ଋତୁ ସ୍ରାବ, ପେଟ ବ୍ୟଥା, ଅଣ୍ଟାବ୍ୟଥା, ଶିଶୁମାନଙ୍କ ସ୍ମରଣ ଶକ୍ତି ଜନିତ, ହଜମ ଜନିତ, ବାରମ୍ବାର ଶରୀର ଖରାପ ହେବା ଏବଂ ଅନନ୍ୟ ଚିକିତ୍ସା ସାଙ୍ଗରେ ନିଶୁଲ୍କ ଔଷଧ ବଣ୍ଟନ କରାଯିବ ବୋଲି ସହଯୋଗ ଫାଉନ୍ଡେସନର କାର୍ଯ୍ୟକ୍ରମ ସଂଯୋଜକ ଲୀଳାମୟ ସାହୁ ଏବଂ ସୁଶାନ୍ତ ପାତ୍ର ସୂଚନା ଦେଇଛନ୍ତି।
ସମ୍ପାଦିକା ପିଙ୍କି ମୋଦି କହିଛନ୍ତି, ଏହିପରି ମହତ କାର୍ଯ୍ୟରେ ବଲାଙ୍ଗୀର ତଥା ଆଖପାଖ ଲୋକ ଉପକୃତ ହେବେ ।