ଭୁବନେଶ୍ୱର – ଓଡ଼ିଶା ବିଧାନସଭା ସଚିବାଳୟରେ କାର୍ଯ୍ୟରତ ୧୪ ଜଣ ଡାଟା ଏଂଟ୍ରି ଅପରେଟରଙ୍କର କମ୍ପୁ୍ୟଟର ଶିକ୍ଷାଗତ ଯୋଗ୍ୟତା ସଂପର୍କିତ ପ୍ରମାଣପତ୍ରର ଯାଂଚ ନିମନ୍ତେ ସଂପୃକ୍ତ ପ୍ରମାଣପତ୍ର ପ୍ରଦାନକାରୀ କମ୍ପୁ୍ୟଟର ସଂସ୍ଥା ନିକଟକୁ ପତ୍ର ପ୍ରେରଣ କରାଯାଇଥିଲା । ଅଦ୍ୟାବଧି ସେଥି ମଧ୍ୟରୁ ଦୁଇଟି କମ୍ପୁଟର ସଂସ୍ଥା ଏ ସଂପର୍କିତ ପତ୍ରର ଉତର ଦେଇ ପ୍ରମାଣପତ୍ର ଦୁଇଟି ଅସଲି ଥିବା ଜଣାଇଛନ୍ତି । ପର୍ଯ୍ୟାପ୍ତ ଠିକଣା ନଥିବାରୁ ୯ଟି ସଂସ୍ଥାକୁ ପଠାଯାଇଥିବା ପତ୍ର ଫେରି ଆସିଛି । ୩ଟି ସଂସ୍ଥାରୁ ଉତର ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।
ଏହି ପରିପ୍ରେକ୍ଷୀରେ ଯେଉଁ ପ୍ରମାଣପତ୍ରଗୁଡ଼ିକ ଅସଲି ବୋଲି ପ୍ରମାଣିତ ନହୋଇଛି ସେ ପର୍ଯ୍ୟନ୍ତ ସେଗୁଡ଼ିକୁ ନକଲି ବୋଲି ବିବେଚନା କରାଯିବ । ଆଗାମୀ ୭ ଦିନ ମଧ୍ୟରେ ଯଦି ସଂପୃକ୍ତ କର୍ମ·ରୀମାନେ ଦେଇଥିବା ପ୍ରମାଣପତ୍ରର ପା୍ରମାଣିକତା ପ୍ରତିପାଦନ ନକରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ଏବଂ ଏହାର ବିଧିବଦ୍ଧ ତଦନ୍ତ ଭାର ଓଡ଼ିଶା ପୋଲିସର ଅପରାଧ ଶାଖାକୁ ପ୍ରଦାନ କରାଯିବ ।