
ବଲାଙ୍ଗିର, ପାଟଣାଗଡ ଲାଇନ ପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜନୈକ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷୟତ୍ରୀ ସ୍ଵରୁପାମା ପାଣିଗ୍ରାହୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତାଙ୍କର ଅଭିଭାବକ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦାଖଲ କରିଥିବା ବେଳେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କୁ ଘଣ୍ଟ ଘୋଡାଇବାକୁ କିଛି କର୍ମଚାରୀ ଚେଷ୍ଟା ଚଳାଇଥିବା ବେଳେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶନ ଯୋଗୁଁ ବି.ଇ.ଓ. ଶଙ୍କର ପ୍ରସାଦ ମାଝୀ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ ଆଦେଶ ଦେଇଥିବା ବେଳେ ନିଲମ୍ବନ ଅବଧି ଭିତରେ ବାଲିପାଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।