କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀସଦର ର ଚାଳିଶିବାଟିଆ ପଂଚାୟତ ର ଭିକାରୀପଡା ଗ୍ରାମରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସଂଘର୍ଷ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ପୂର୍ବତନ ବିଧାୟକ ତଥା ବେଦାନ୍ତ ବିଶ୍ୱବିଦ୍ୟାଳୟ ସଂଘର୍ଷ ସମିତିର ଆବାହକ ଶ୍ରୀଯୁକ୍ତ ଉମାବଲ୍ଲବ ରଥ ଯୋଗଦେଇ ବିଶ୍ବବିଦ୍ୟାଳୟ ଆଳରେ ଅନୀଲ ଅଗ୍ରୱାଲା ଫାଉଣ୍ଡେସନର ଜମି ହଡ଼ପର ଆଭିମୁଖ୍ଯ, ରାଜ୍ଯ ସରକାରଙ୍କ ଆଖିବୁଜା କମ୍ପାନୀ ପ୍ରୀତି, ଏପରିକି ଏହି ମାମଲାରେ ଲୋକପାଳ ଓ ହାଇକୋର୍ଟରେ ବେଆଇନ ଘୋଷଣା ପରେ ବି ସୁପ୍ରିମକୋର୍ଟ ଯିବା, ସେଠାରେ ମାମଲା ତର୍ଜମା ପରେ ବହୁ ଦୁର୍ନୀତି, ଓ ବେଆଇନ ଘଟଣାର ପର୍ଦ୍ଧାଫାଶ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଛନ୍ତି । ବେଦାନ୍ତ କାମ୍ପାନୀ ଜନସାଧାରଣଙ୍କୁ ଭୁଆଁ ବୁଲାଇ ଚାଷୀ ଭାଇମାନଙ୍କ ଜମିକୁ ହରିଲୁଟ କରିବା ପାଇଁ ଜାଲ କାମ୍ପାନୀ ବନାଇ ଥିଲା l କେତେ ସଂଘର୍ଷମୟ ଥିଲା ଦୀର୍ଘ ୧୭ ବର୍ଷର ଏ ଲଢେଇ ସେ ବିଷୟରେ ବିସ୍ତୃତ ଭାବରେ ବୁଝାଇ ଥିଲେ l ଆଗାମୀ ଦିନରେ କିଭଳି ଚାଷୀ ମାନେ ତାଙ୍କ ଜମିକୁ ପୁନର୍ବାର ନିଜ ନାମକୁ ଫେରିପାଇବେ ଓ ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ଐତିହାସିକ ରାଏ ବିଷୟରେ ଭିକାରୀପଡା ଗ୍ରାମ ବାସୀ ଙ୍କୁ ଅବଗତ କରାଇଥିଲେ l ଏହି ବୈଠକରେ ବେଦାନ୍ତ ସଂଘର୍ଷ ସମିତିର ସଂଯୋଜକ ବିଷ୍ଣୁ ପ୍ରସାଦ ମିଶ୍ର ଆବାହକତା କରିଥିଲେ l ଏହି ସଭାରେ ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ ଉମା ବଲ୍ଲଭ ରଥଙ୍କୁ ଭୁୟସୀ ପ୍ରଶଂସା କରିବା ସହ ଗ୍ରାମବାସୀ ଙ୍କୁ ଉମାବଲ୍ଲଵ ରଥ ଙ୍କ ପରିଜଣେ ସଚୋଟ ନିର୍ଭିକ ନେତା ଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି ବୈଠକ ରେ ସଂଘର୍ଷ ସମିତି ର ସଭାପତି ଦାମୋଦର ପ୍ରଧାନ, ହରପ୍ରସାଦ ଜେନା,ଅବିନାଶ ମିଶ୍ର, ପର୍ଶୁରାମ ପ୍ରଧାନ,ରାମ ପ୍ରଧାନ, ବୈରାଗୀ ପ୍ରଧାନ, ସଦାଶିବ ପ୍ରଧାନ, ସୁଦାମ ପ୍ରଧାନ,ଲକ୍ଷ୍ମୀଧର ପ୍ରଧାନ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ଏହି ଲଢେଇ ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସଂଘର୍ଷ ସମିତି ର ଆବାହକ ଉମାବଲ୍ଳଭ ରଥ ଙ୍କ ସହ ରହି ଲଢେଇ ଲଢ଼ିବେ ବୋଲି ପ୍ରତିଶୃତି ଦେଇଥିଲେ l
Related Stories
November 23, 2024