ନୂଆଦିଲ୍ଲୀ,ଦୀପାବଳୀ ପୂର୍ବରୁ ସାର୍ବଜନୀନ କ୍ଷେତ୍ରର ତୈଳ ଓ ଗ୍ୟାସ ବିତରଣ କମ୍ପାନୀ ବିମାନ ଟରବାଇନ ଇନ୍ଧନରେ କିଲୋଲିଟର ପିଛା 6,854.25ଟଙ୍କା ତଥା 5.8 ପ୍ରତିଶତ ହ୍ରାସ କରିଛନ୍ତି । ବିମାନ ଇନ୍ଧନ ମୂଲ୍ୟ ଲଗାତର 4ଥର ବଢିବା ପରେ ଏହି ହ୍ରାସ କରାଯାଇଛି । ଏହି ନୂଆ ଦର ଲାଗୁ କରାଯାଇଛି ।
ତୈଳ ଓ ଗ୍ୟାସ ବିତରଣ କମ୍ପାନୀ ପକ୍ଷରୁ ବୁଧବାର ଜାରି ହୋଇଥିବା ସୂଚନା ମୁତାବକ ରାଜଧାନୀ ଦିଲ୍ଲୀରେ ବିମାନ ଟରବାଇନ ଇନ୍ଧନ ମୂଲ୍ୟ 6,854.25 ଟଙ୍କା ହ୍ରାସ ହୋଇ ପ୍ରତି କିଲୋଲିଟର ମୂଲ୍ୟ 1ଲକ୍ଷ 18ହଜାର 199.17 ଟଙ୍କାରୁ 1ଲକ୍ଷ 11ହଜାର 344.92 ଟଙ୍କା ହୋଇଛି । ସେହିପରି କୋଲକାତାରେ ଏଟିଏଫ 6,812.63 ଟଙ୍କା ହ୍ରାସ ପାଇ କିଲୋଲିଟର 1ଲକ୍ଷ 19ହଜାର 884.45 ଟଙ୍କା ହୋଇଛି । ମୁମ୍ବାଇରେ ଏଟିଏଫ 6,470.42 ଟଙ୍କା ଶସ୍ତା ହୋଇ 1ଲକ୍ଷ4ହଜାର121.89 ଟଙ୍କା ଓ ଚେନ୍ନାଇରେ 7,044.95 ଟଙ୍କା କମି 1ଲକ୍ଷ 15ହଜାର 378.97 ଟଙ୍କା ହୋଇଛି ।