
ବଲାଙ୍ଗିର ,ନାବାର୍ଡ, ମୁମ୍ବାଇ ସହାୟତାରେ ନାବ ଫାଉଣ୍ଡେସନ ଦ୍ବାରା ପରିଚାଳିତ ”ମୋ ପେଡ ମୋ ଅଧିକାର” ତାଲିମ, ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳାମାଙ୍କ ମାସିକ ଋତୁସ୍ରାବ ଜନିତ ସ୍ବାସ୍ଥ୍ୟ ସମସ୍ୟା ସମାଧାନ ସହିତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ପେଡ ତିଆରି କାର୍ଯ୍ୟକ୍ରମରେ ସାମିଲ୍ କରି ସେମାନଙ୍କୁ ସ୍ବାବଲମ୍ବୀ କରିବା । ଉକ୍ତ ପ୍ରକଳ୍ପର ପ୍ରଦର୍ଶନ ଓ ସଚେତନ ସଭା ବଲାଙ୍ଗୀର ସ୍ଥିତ ସାମ୍ବାଦିକ ଭବନ ଠାରେ ଗତକାଲି ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବରେ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର ଦର୍ଶନ ଶାସ୍ତ୍ରର ପ୍ରଫେସର ଡା: ପଙ୍କୋଜିନି ମୂଲିଆ, ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିବା ବେଳେ, ଭୀମଭୋଇ ମେଡିକାଲ କଲେଜର ଡାକ୍ତର ତୁଷାର ଠାକୁର ମୁଖ୍ୟବକ୍ତା ଭାବେ ଯୋଗଦେଇ ହିତାଧିକାରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାବାର୍ଡ ବଲାଙ୍ଗୀର ର ଜିଲ୍ଲା ବିକାଶ ପ୍ରବନ୍ଧକ ଡା: ବିବେକ କୁମାର ନାୟକ ଓ ମିଶନ ଶକ୍ତିର ଜିଲ୍ଲା ସଂଯୋଜିକା ସୁମନ ଦ୍ବିବେଦୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନିଜ ନିଜର ମତ ପୋଷଣ କରିଥିଲେ । ସ୍ବୟଂ ସହାୟକ ଗୋଷ୍ଠୀର ବିଶ୍ଵ ମା ବୀଣାପାଣିର ସଦସ୍ୟ ମାନେ ଉତ୍ପାଦିତ ପଏଡର ଗୁଣବତ୍ତା ସମ୍ବନ୍ଧୀୟ ପ୍ରଦର୍ଶନ କରିଥିଲେ । ଉକ୍ତ ସଭାରେ ରିହାଇ, ନିର୍ଦ୍ଦେଶକ ରୁନୁ ଗୋପାଳ ସାହୁ ଅଧ୍ୟକ୍ଷତା କରିଥିବା ବେଳେ । ସଂଗଠନର ସଦସ୍ୟ ଜିବର୍ଦ୍ଦନ କ୍ଷେତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।