– ଆସନ୍ତା ଜାନୁଆରୀ ୪ ତାରିଖରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଓରମାସ୍ ପକ୍ଷରୁ ଜାତୀୟ ସ୍ତରୀୟ ମେଳା ଶିଶିର ସରସ ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆ ଠାରେ ଉଦଘାଟିତ ହେବ । ଚଳିତ ଥର ଏହି ମେଳା ୧୧ ଦିନ ଧରି ଚାଲିବ । ଗତଥର ୧୪ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଚଳିତ ଥର ୧୫ କୋଟିର ଉଦ୍ଧ୍ୱର୍ ଟଙ୍କାର ବିକ୍ରୀବଟା ହେବାକୁ ଲକ୍ଷ୍ୟ ରଖାଯାଇଛି ।
ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ ଚଳିତ ବର୍ଷ ଶିଶିର ସରସ ମେଳାରେ ୩୦୦ଟି ଷ୍ଟଲ ସ୍ଥାନ ପାଇବ । ମେଳାକୁ ପ୍ଲାଷ୍ଟିକ୍ ଓ ପଲିଥିନ୍ ମୁକ୍ତ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥର ମେଳାରେ ଦେଶର ୨୫ ଟି ରାଜ୍ୟ ଅଂଶଗ୍ରହଣ କରିବେ ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ସ୍ୱଂୟ ସହାୟକ ଗୋÂୀ ଏବଂ ଉପôାଦକ ଗୋÂୀମାନଙ୍କ ଉପôାଦ ଗୁଡିକର ଉଦ୍ୟୋଗ ଆଧାର ଓ ଜିଇଏମ୍ ପଂଜୀକରଣ ପାଇଁ ଫାସିଲିଟେସନ୍ ସେଂଟର (ସାଧନ କେନ୍ଦ୍ର) ବ୍ୟବସ୍ଥା କରାଯାଇଛି । ୧୨ ଟି ଷ୍ଟଲରେ ଫୁଡ କୋର୍ଟ ଖୋଲାଯିବ । ଏଥିରେ ୮ଟି ରାଜ୍ୟ ଯଥା ବିହାର , ଗୁଜୁରାଟ, ମହାରାଷ୍ଟ୍ର , ତେଲେଙ୍ଗାନା, ଛତିଶଗଡ, ଝାଡଖଣ୍ଡ, ହରିୟାଣା ଓ କେରଳର ଖାଦ୍ୟ ସହ ଓଡିଶାର ପାରମ୍ପରିକ ଖାଦ୍ୟ ବିକ୍ରୀ ହେବ । ସେହିପରି ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଚଳିତ ପୋଷାକ ଓ ହସ୍ତଶିଳ୍ପ ସାମଗ୍ରୀ ନେଇ ଏକ ଫ୍ୟାସନ ଶୋ ଆୟୋଜିତ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏହା ବ୍ୟତୀତ ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଯେଉଁଥିରେ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ , ଲୋକନୃତ୍ୟ,ବ୍ୟଙ୍ଗ ଇତ୍ୟାଦି ର ଆନନ୍ଦ ନେଇପାରିବେ ଦର୍ଶକ ।
ମେଳାରେ ଉତରପୂର୍ବ ରାଜ୍ୟର ବାଉଁଶ ଶିଳ୍ପ ସାମଗ୍ରୀ, ଘରସରଜ୍ଜା ଫୁଲ. ଶୀତ ପୋଷାକ, ଉତର ପ୍ରଦେଶର ହସ୍ତତନ୍ତ, ସିଲ୍କ ଓ ରଟ୍ ଆଇରନ୍ ସାମଗ୍ରୀ, ମଧ୍ୟପ୍ରଦେଶ ଓ ଛତିଶଗଡର ଟସର କପଡା ଓ ଲୁଗା ଇତ୍ୟାଦି ମେଳାର ଆକର୍ଷଣ ରହିବ । ଏହା ବ୍ୟତୀତ ଓଡିଶାର ୩୦ ଟି ଜିଲ୍ଲାର ସ୍ୱଂୟ ସହାୟକ ଗୋÂୀ ଓ ଉପାôଦକ ଗୋÂୀ ସେମାନଙ୍କ ହାତ ତିଆରି ,ସାମଗ୍ରୀ ମେଳାରେ ବିକ୍ରୀ ଓ ପ୍ରଦର୍ଶନୀ କରିବେ ।