ରାଞ୍ଚି, ନଭେମ୍ବର 15ରେ ଝାରଖଣ୍ଡର ସ୍ଥାପନା ଦିବସ ଓ ଜନଜାତୀୟ ଗୌରବ ଦିବସରେ ରାଞ୍ଚି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ରାଞ୍ଚିରେ ଜୋରଦାରରେ ଚାଲିଛି ପ୍ରସ୍ତୁତି ପର୍ବ । ଏନେଇ ମୁଖ୍ୟ ଶାସନ ସଚିବ ସୁଖଦେବ ସିଂହ ରାଜ୍ୟର ସମସ୍ତ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ପିଏମଙ୍କର ରୋଡ୍ ସୋ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।
ରାଞ୍ଚି ଏୟାରପୋର୍ଟରୁ ପ୍ରଧାନମନ୍ତ୍ରୀ ସଡକ ମାର୍ଗରେ ଯାଇ ବିର୍ସା ମୁଣ୍ଡା ସ୍ମୃତି ପାର୍କରେ ପହଞ୍ଚିବେ । ଖୁଣ୍ଟିରେ ଭଗବାନ ବିର୍ସାଙ୍କ ଜନ୍ମସ୍ଥଳୀ ଓଲିହାତୁ ଯିବେ । ବିର୍ସା ମୁଣ୍ଡା ସ୍ମୃତି ପାର୍କରେ ମୋଦି 20ରୁ 25 ମିନିଟ ସମୟ ରହିବେ । ଏହାପରେ ରାଜଭବନ ଯାଇପାରନ୍ତି ପିଏମ ମୋଦି । ଏଠାରେ ପ୍ରଧାନମନ୍ତ୍ରୀ 15ରୁ 20 ମିନିଟ ରହିପାରନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ରାଜଭବନରୁ ଏୟାରପୋର୍ଟ ଯିବେ, ଏବଂ ସେଠାରୁ ହେଲିକପ୍ଟର ଜରିଆରେ ଖୁଣ୍ଟିର ଓଲିହାତୁରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥଳୀ ଅଭିମୁଖେ ଯିବେ । ଖୁଣ୍ଟିରେ ବିର୍ସା ଷ୍ଟାଡିୟମରେ ଏକ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।