
ଭୁବନେଶ୍ୱର, ରାଜ୍ୟବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ପାଳନ ଅବସରରେ ବୁଧବାର ସକାଳେ ଭିଜିଲାନ୍ସ ଡିଭିଜନ୍, ଭୁବନେଶ୍ୱର ଆନୁକୂଲ୍ୟରେ ଏକ ପଦଯାତ୍ରା ରାଜଭବନ ଛକଠାରୁ ବାହାରି କଳିଙ୍ଗ ଷ୍ଟାଡିୟମ୍ ଠାରେ ପହଂଚିଥିଲା । ଏହି ପଦଯାତ୍ରାକୁ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ଯଶୋବନ୍ତ କୁମାର ଜେଠ୍ୱା, ଆଇଜି ସଂଜୟ କୁମାର କୌଶଲ, ଡିଆଇଜି ଆର ପ୍ରକାଶ, ଏସ୍ପି ଶ୍ରୀମତୀ ଅନୁପମା ଜେମ୍ସ, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସମାଜରୁ ଦୁର୍ନୀତି ନିବାରଣ ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେଏହି ପଦଯାତ୍ରା ବାହାରିଥିଲା । ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ରମାଦେବୀ ମହିଳା ମହାବିଦ୍ୟାଳୟ, ରାଜଧାନୀ ମହାବିଦ୍ୟାଳୟ, ଦେବରାୟ ମହାବିଦ୍ୟାଳୟ, ସିଟି ମହିଳା ମହାବିଦ୍ୟାଳୟ, କମଳା ନେହେରୁ ମହିଳା ମହାବିଦ୍ୟାଳୟ, ନିଶ୍ୱାସ, ଡିଏଭି ପବ୍ଲିକ୍ ସ୍କୁଲ, ପୋଖରୀପୁଟ, ଡିଏଭି ପବ୍ଲିକ୍ ସ୍କୁଲ, ୟୁନିଟ୍-୮, ଡିଏଭି ପବ୍ଲିକ୍ ସ୍କୁଲ, ଚନ୍ଦ୍ରଶେଖରପୁର, କିସ୍ ଇଂଟରନେସନାଲ୍ ସ୍କୁଲ, ରାଜଭବନ ନିକଟସ୍ଥ ସରକାରୀ ଆଇଟିଆଇ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିଆ ଷ୍ଟଡିଜ୍, ପିଇସିୟୁସି, ପୋଖରୀପୁଟ, ଓଡ଼ିଶା ସ୍କେଟିଂ ଏକାଡେମୀ ପ୍ରଭୃତି ଶିକ୍ଷାନୁଷ୍ଠାନର ୧ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସଚେତନ ନାଗରିକ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।