
କାଠମାଣ୍ଡୁ, ପୋଖରାରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରୁଥିବା ଚୀନୀ କମ୍ପାନୀ ଉପରେ ଦୁର୍ନୀତି ଅଭିଯୋଗରେ ଚଢାଉ କରାଯାଇଛି । ରେଡ୍ ପରେ ସେଠାରେ କାମ କରୁଥିବା କର୍ମଚାରୀଙ୍କ ବ୍ୟାଙ୍କ ଖାତା ସିଲ୍ କରିଦିଆଯାଇଛି । କମ୍ପାନୀରେ ନିୟମିତ ଭାବେ ଆର୍ଥିକ ହେରଫେର ସହିତ ନିମ୍ନମାନର କାମ କରାଯାଉଥିବାର ପ୍ରମାଣ ମିଳିବା ପରେ ରେଡ୍ କରାଯାଇଥିଲା ।
ନେପାଳରେ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଅଖତିୟାର ଦୁରୁପଯୋଗ ଅନୁସନ୍ଧାନ ଆୟୋଗ ମଙ୍ଗଳବାର ପୋଖରା ଏୟାରପୋର୍ଟର ଅଫିସରେ ଚଢାଉ କରିଥିଲା । ଆୟୋଗର ମୁଖପାତ୍ର କହିଛନ୍ତି ଯେ, ପୋଖରା ଏୟାରପୋର୍ଟ ନିର୍ମାଣ କରୁଥିବା ଚୀନୀ କମ୍ପାନୀ ସିଏଏମସି ଇଞ୍ଜିନିୟରିଂର ବିମାନବନ୍ଦର ସ୍ଥିତ ଅଫିସରେ ରେଡ୍ ହୋଇଛି ।
ଏଠାରେ ସୂଚନାଯୋଗ୍ୟ ପୋଖରା ଏୟାରପୋର୍ଟର କାମ ଛୋଟ ଠିକାଦାରକୁ ଦେବା ପାଇଁ କମିଶନ ମାଗିବା, ପୁରୁଣା କାମର ପାଉଣା ନିମନ୍ତେ କମିଶନ ମାଗିବା ଭଳି ଅଭିଯୋଗ ହୋଇଥିଲା ।